ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ନିଯୁକ୍ତ ହେଲେ ବବିତା ପାତ୍ର। ରାଜ୍ୟ ସରକାର ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଭାବେ ବ୍ରହ୍ମପୁରର ସୋମନାଥନଗର ‌ଲେନ୍‌-୪ ମୟୂରବିହାର ନିବାସୀ ବବିତା ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। ୩ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିଶୁ ଆୟୋଗର ପୂର୍ବତନ ଅଧ୍ୟକ୍ଷା ମନ୍ଦାକିନୀ କରଙ୍କୁ ରାଜ୍ୟ ସରକାର ବରଖାସ୍ତ କରିବା ପରେ ଏହି ପଦ ଖାଲି ପଡ଼ିଥିଲା ।

ଆଜି ଅଧ୍ୟକ୍ଷାଙ୍କ ସହ ୬ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ, ସୁଜାତା ନାୟକ ସଦସ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି  ।

ଅନ୍ୟପଟେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ନିଯୁକ୍ତ ହେବାପରେ ବବିତା ପାତ୍ର କହିଛନ୍ତି ଶିଶୁ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ ହେବ। ଶିଶୁ ନିର୍ଯାତନା କମାଇବାକୁ ରୋଡ଼ ମ୍ୟାପ କରିବୁ। ବିଭାଗ ସହ ମିଶି ଶିଶୁ ଚାଲାଣ ଓ ଶିଶୁ ଶ୍ରମିକ ରୋକିବୁ।

Leave a Reply

Your email address will not be published. Required fields are marked *