ରାଜ୍ୟରେ ମହିଳା କମିଶନ ଭଳି ପିତୃ ମାତୃ କମିଶନ ଗଠନ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ଆଜି ମତ ବ୍ୟକ୍ତ କରିଛନ୍ତି ବାବା ବଳିଆ । ପୂଅବୋହୂ ମାନେ ବାପା ମାଆଙ୍କୁ ହଇରାଣ କରୁଛନ୍ତି । ବୃଦ୍ଧାବସ୍ଥାରେ ସେମାନଙ୍କ କଥା ବୁଝୁନାହାନ୍ତି । ବୃଦ୍ଧାଶ୍ରମରେ ସେମାନଙ୍କୁ ଛାଡି ଦେଉଛନ୍ତି । ସେଥିପାଇଁ ପିତୃମାତୃ କମିଶନ ଗଠନ କରି ବୃଦ୍ଧାଶ୍ରମରୁ ନେଇ ପିଲାଙ୍କ ପାଖରେ ବାପା ମାଆଙ୍କୁ ଛାଡ଼ିବା ବ୍ୟବସ୍ଥା ହେଉ ଏବଂ ପିଲାଙ୍କ ରୋଜଗାରରୁ ବାପ-ମାଆଙ୍କୁ କିଛି ଦିଆଯାଉ ବୋଲି ମତ ରଖିଛନ୍ତି ବାବା ବଳିଆ । ଦେଶ ତଥା ରାଜ୍ୟରେ ପୁରୁଷଙ୍କ ପ୍ରତି ବଢୁଥିବା ନିର୍ଯାତନାକୁ ଦୃଷ୍ଟିରେ ରଖି ସେ ପୁରୁଷ କମିଶନ ପାଇଁ ମଧ୍ୟ ମତ ରଖିଛନ୍ତି । Post navigation ୮ IPS ଅଫିସରଙ୍କୁ ମିଳିଲା ପଦୋନ୍ନତି ୪ ଜିଲ୍ଲା ବୁଲିଲେ ନବୀନ; ମୃତ ଚାଷୀଙ୍କ ପରିବାରକୁ ଭେଟିଲେ