ଅବସରପ୍ରାପ୍ତ ବିଚାରପତି ସୁଦର୍ଶନ ରେଡ୍ଡୀ ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ । ପ୍ରାର୍ଥୀ ଘୋଷଣା କଲେ AICC ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ମଇଦାନକୁ ଓହ୍ଲାଇଛି ଇଣ୍ଡିଆ ମେଣ୍ଟ । ରାଧାକୃଷ୍ଣନଙ୍କ ବିରୋଧରେ ଲଢିବେ ତେଲେଙ୍ଗାନାର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀ । ସୂଚନା ଯୋଗ୍ୟ; ୧୯୪୬ ମସିହା ଜୁଲାଇ ୮ରେ ଜନ୍ମ ଗ୍ରହଣ କରିଥିବା ରେଡ୍ଡୀ ୧୯୭୧ରେ ନ୍ୟାୟପାଳିକା କ୍ଷେତ୍ରରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ତେବେ ସେ ଆନ୍ଧ୍ର ପ୍ରଦେଶ ବାର କାଉନସିଲରେ ଓକିଲ ଭାବେ ସାମିଲ ହୋଇଥିଲେ । ୧୯୯୦ରେ ପାଖାପାଖି ୬ ମାସ ପାଇଁ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସ୍ଥାୟୀ ଓକିଲ ଭାବେ କାମ କରିଥିଲେ । ଏହା ସହ ସେ ଉସମାନିଆ ୟୁନିଭର୍ସିଟିର ସ୍ଥାୟୀ ଓକିଲ ଏବଂ ଆଇନଗତ ପରାମର୍ଶଦାତା ଭାବେ ମଧ୍ୟ କାମ କରିଛନ୍ତି । ୧୯୯୫ରେ ତାଙ୍କୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ସ୍ଥାୟୀ ଜଜ ଭାବେ ନିଯୁକ୍ତ କରାଯାଇଥିଲା । ୨୦୦୫ ଡିସେମ୍ବରରେ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ୨୦୦୭ ଜାନୁଆରୀ ୧୨ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୧୧ ଜୁଲାଇ ୮ରେ ଅବସର ନେଇଥିଲେ । Post navigation ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ଦିଆଯିବ ୟୁନିଫର୍ମ କପା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼ କଲେ କେନ୍ଦ୍ର ସରକାର