ଦୁଇ ସପ୍ତାହ ଭିତରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମମାଟି କଟକ ଜିଲ୍ଲା, ସତ୍ୟଭାମାପୁରରେ ଉତ୍କଳ ଦିବସ ଉପଲକ୍ଷେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଏହି ଯୋଜନାର ସୁଫଳ ପାଇବେ । ଏଥିରେ ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ । ରାଜ୍ୟ ଭିତରେ ଓ ରାଜ୍ୟ ବାହାର ମେଡିକାଲ୍ରେ ଚିକିତ୍ସା ସୁବିଧା ମିଳିବ । Post navigation ଆଜିଠୁ ନୂଆ ଆର୍ଥିକ ବର୍ଷ; ୩ ଘଣ୍ଟା ପାଇଁ ଏସବିଆଇ ଡିଜିଟାଲ ସେବା ବନ୍ଦ ୨୦୦୦ ରୁ ୨୦୨୪ ଥିଲା ଓଡିଶା ବିକାଶର ନୂଆ ଯୁଗ: ନବୀନ ପଟ୍ଟନାୟକ