ଆୟୁଷ୍ମାନ କାର୍ଡରେ ରୋଗୀଙ୍କୁ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ । ଏ ନେଇ ଆଜି ଘରୋଇ ହସ୍ପିଟାଲଗୁଡ଼ିକୁ ତାଗିଦ୍‌ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ ଲୋକ ଉପକୃତ ହେଲେ । ତେବେ ଏହି ସେବାରୁ ଯେପରି କୌଣସି ବି ଅସୁବିଧା ନ ହୁଏ ସେଥିପାଇଁ ଟେକ୍ନିକାଲ୍‌ ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଛି । ଘରୋଇ ହସ୍ପିଟାଲ୍‌ର ପ୍ୟାକେଜ ବୃଦ୍ଧି ଦାବି ଉପରେ ବିଚାର ହେବ । ବିଭିନ୍ନ ସ୍ତରରୁ ମତାମତ ଆସୁଛି, ସବୁ ଦିଗକୁ ବିଚାର କରାଯାଉଛି । ପ୍ୟାନ୍‌ ଇଣ୍ଡିଆ କାର୍ଡ ହୋଇଥିବାରୁ ନେଟ୍‌ୱର୍କ, ଓଟିପି ସମସ୍ୟା ରହିଛି । ସବୁ ସମସ୍ୟାର ସମାଧାନ ପାଇଁ ଆଲୋଚନା ଚାଲିଛି ।

ଆୟୁଷ୍ମାନରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆୟୁଷ୍ମାନ ଚିକିତ୍ସାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

 

Leave a Reply

Your email address will not be published. Required fields are marked *