Author: Nirvay

କୋଲକାତା ଲଜ୍ଜା; ଅଭିଯୁକ୍ତ ସଞ୍ଜୟର ପଲିଗ୍ରାଫ ଟେଷ୍ଟ ଆରମ୍ଭ

କୋଲକାତା ଆରଜି ମେଡିକାଲ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ସଞ୍ଜୟ ରୟର ପଲିଗ୍ରାଫ ଟେଷ୍ଟ ଆରମ୍ଭ ହୋଇଛି। କୋଲକାତାର ପ୍ରେସିଡେନ୍ସି ଜେଲରେ ଚାଲିଛି ପଲିଗ୍ରାଫ ଟେଷ୍ଟ। ସିବିଆଇର CSFL ଟିମ୍‌ ପଲିଗ୍ରାଫ୍‌ ଟେଷ୍ଟ ସଞ୍ଜୟର କରୁଛି। ଏହି…

ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର; ଗୁରୁମନ୍ତ୍ର ଦେଲେ ନବୀନ

ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଗୃହରେ ହୋଇଥିବା ପ୍ରଶିକ୍ଷଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା, ଏହା ମୁଖ୍ୟମନ୍ତ୍ରୀଙ୍କୁ ପ୍ରକୃତ ସମ୍ମାନ ଦେଇନଥିଲା। ତେଣୁ…

୨୦୨୫ ଫେବୃଆରୀରେ ମହାକାଶରୁ ଫେରିବେ ସୁନୀତା

୨୦୨୫ରେ ଫେବ୍ରୁଆରୀ ୨୫ରେ ମହାକାଶରୁ ଫେରିବେ ସୁନୀତା ଓ ବୁଚ୍ ବ୍ଲିମୋର। ୨ ମହାକାଶଚାରୀଙ୍କ ଫେରିବା ନେଇ ନାସା ସୂଚନା ଦେଇଛି। ମହାକାଶରୁ ବର୍ତ୍ତମାନ ଉଭୟଙ୍କୁ ଫେରାଇ ଆଣିବା ଅଧିକ ବିପଦ ବୋଲି ନାସା କହିଛି। ଉଭୟଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ…

ବିଲକୁ ଖସିଲା ବସ; ୧୫ ଯାତ୍ରୀ ଆହତ

ଭାରସାମ୍ୟ ହରାଇ ବିଲକୁ ଖସିପଡିଲା ଯାତ୍ରୀବାହୀ ବସ୍। ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୁରୀରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଯାଉଥିଲା ବେଳେ ପୁରୀ ଜିଲ୍ଲା ମଲ୍ଲିକାଶୁଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ ମେଡିକାଲରେ ଭର୍ତ୍ତି…

ସିବିଆଇ ସ୍କାନରରେ ସନ୍ଦୀପ ଘୋଷ

କୋଲକାତା ଆରଜି କର ମେଡିକାଲ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଘାଣ୍ଟୁଛି ସିବିଆଇ। ସେହି ଘଟଣାର ତଦନ୍ତ ବେଳେ ଆର୍ଥିକ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ଏବେ ସିବିଆଇ ସ୍କାନରରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର…

ମା’ମାନଙ୍କୁ ବିଜେପିର ଗ୍ୟାରେଣ୍ଟି ଧୂଆଁବାଣ: ନବୀନ

ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ‘ଗ୍ୟାରେଣ୍ଟି’ ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା’ମାନଙ୍କୁ ଏହା କ’ଣ ବିଜେପିର…

ସୁଭଦ୍ରା ଯୋଜନା ନାଁରେ ବିଜେପି ଚଞ୍ଚକତା କରୁଛି: ବିଜେଡି

ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଦଳର ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ କହିଲେ, ଆଜି ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ଏସଓପି ଆସିବା ପରେ ବିଜେପିର ସୁଭଦ୍ରା ଯୋଜନାକୁ ନେଇ ନିର୍ବାଚନ ସମୟରେ…

ପାକିସ୍ତାନ ସୀମାରେ ଖସିପଡ଼ିଲା ଭାରତୀୟ ସେନା ୟୁଏଭି

ପାକିସ୍ତାନ ସୀମାରେ ଖସିପଡ଼ିଲା ଭାରତୀୟ ସେନା ୟୁଏଭି। ଅଭ୍ୟାସ ବେଳେ ଖସିପଡିଥିବା ଜଣାପଡିଛି। ଭାରତୀୟ ସେନାର ଏକ ଚାଳକ ବିହୀନ କ୍ଷୁଦ୍ର ବିମାନ ଖସିପଡ଼ିଲା। ଯାନ୍ତ୍ରିକ ସମସ୍ୟାରୁ ନିୟନ୍ତ୍ରଣ ହରାଇ ପାକିସ୍ତାନ ନିକିଆଲ ସେକ୍ଟରରେ ଖସିପଡିଥିଲା। ପାକିସ୍ତାନ ସେନା ଉକ୍ତ ୟୁଏଭିକୁ…

ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ରାଜ୍ୟପାଳଙ୍କ ପ୍ରତିଶ୍ରୁତି

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଲାଗୁ ହୋଇଥିବା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ତୁରନ୍ତ ନବୀକରଣ କରିବା ପାଇଁ ମହାମହିମ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବେ। ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ…

ନଦୀକୁ ଖସିଲା ଭାରତୀୟ ଯାତ୍ରୀବାହୀ ବସ୍; ୧୪ ମୃତ

ନେପାଳର ମାର୍ସାଙ୍ଗଡ଼ି ନଦୀକୁ ଖସିପଡ଼ିଛି ଭାରତୀୟ ଯାତ୍ରୀବାହୀ ବସ। ବସରେ ୪୦ ଜଣ ଭାରତୀୟ ଥିବାବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଶୁକ୍ରବାର ପୋଖରାରୁ ନେପାଳ କାଠମାଣ୍ଡୁକୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ନମ୍ବର…