ରାଜଧାନୀରେ ନାବାଳିକାଙ୍କୁ ଅପହରଣ ଉଦ୍ୟମ । ରାତି ଅଧରେ ନାବାଳିକାଙ୍କୁ ଅପହରଣ କରୁଥିବା ୨ ବଙ୍ଗୀୟ ଯୁବକ ଅଟକ। ନାବାଳିକାକୁ ନିଶାଦେଇ ଅପହରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଜଣ ଯୁବକଙ୍କୁ ମାଡିବସିଲେ ସ୍ଥାନୀୟ ଲୋକେ। ଅନ୍ୟପଟେ ନାବାଳିକା ମଧ୍ୟ ଅଚେତ ଅବସ୍ଥାରେ ଥିବାରୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ସୂଚନା ଯୋଗ୍ୟ; ଅଚେତ୍ ଅବସ୍ଥାରରେ ନାବାଳକଙ୍କୁ ନେଉଥିବା ବେଳେ ସ୍ଥାନୀୟ ଲୋକ ଦେଖିଥିଲେ। ସନ୍ଦେହ ହେବାରୁ ଅଟକ ରଖି ଖଣ୍ଡଗିରି ଥାନା ପୁଲିସର ଜିମା ଦେଇଛନ୍ତି। ଅଭିଯୋଗ ପରେ ୨ ଯୁବକଙ୍କୁ ଅଟକ ରଖିଛି ପୁଲିସ । ନାବାଳିକାକୁ ଉଦ୍ଧାର କରି ଏମ୍ସ ଚିକିତ୍ସା ପାଇଁ ପଠେଇଛି ପୁଲିସ । ଅଟକ ଦୁଇ ଯୁବକ ହେଲେ ପଶ୍ଚିମବଙ୍ଗ ମେଦିନପୁରର ଗୋପାଳ ମଜୁମଦାର ଓ ମୃତ୍ୟୁଞ୍ଜୟ ଘୋଷ । ତେବେ ରିପୋର୍ଟ୍ ଆସିବା ପରେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ପୁଲିସ। Post navigation ପୁରୀର ଥାଟରାଜା ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ ଧାମନଗରରେ ଝାଡ଼ାବାନ୍ତି; ଦୁଇ ଦିନରେ ୬୦ ଆକ୍ରାନ୍ତ