ଆମେରିକାର ଆକ୍ରମଣ ପରେ ଇରାନ୍ର ପ୍ରତି ଆକ୍ରମଣ ।ଇସ୍ରାଏଲରେ ଇରାନ୍ର ଜବାବୀ ବାଲିଷ୍ଟିକ୍ ମିସାଇଲ୍ ମାଡ଼ । ତେଲ ଅଭିଭ, ହାଇଫା ସମେତ ଅନେକ ସହରରେ ସାଇରନର ଶବ୍ଦ ଶୁଣିବାକୁ ମିଳୁଛି । ଇସ୍ରାଏଲର ଅଧିକାଂଶ ସହରକୁ ଆଲର୍ଟରେ ରଖାଯାଇଛି । ତେଲ୍ ଅଭିଭ୍ ଅଞ୍ଚଳରେ ଜୋରଦାର ଆକ୍ରମଣ କରାଯାଇଥିବା ଜଣାପଡିଛି । ଏହା ପରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ଇସ୍ରାଏଲ୍ରେ ସମସ୍ତ ବିମାନ ପାଇଁ ଏୟାରସ୍ପେସ୍ ବନ୍ଦ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଇସ୍ରାଏଲରେ ବିମାନ ଉଡ଼ାଣ ବାତିଲ୍ ମଧ୍ୟ କରାଯାଇଛି। ଅନ୍ୟପଟେ ଇରାନର ମିସାଇଲ ହମଲାରେ ଇସ୍ରାଏଲରେ ଅନେକ ଲୋକ ଆହତ ହୋଇଛନ୍ତି । କିନ୍ତୁ ମୃତାହତକୁ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇରାନର ରାଷ୍ଟ୍ରଦୂତ କହିଛନ୍ତି, ଆମେରିକା ଇରାନ ଉପରେ ହମଲା କରି ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରିଛି । ଦୁନିଆର ସବୁଠୁ ଶକ୍ତିଶାଳୀ ଏବଂ ଦାୟିତ୍ୱ ସଂପନ୍ନ ଦେଶ ଭାବେ ଆମେରିକାର ଏମିତି ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ । Post navigation ଦୁର୍ଘଟଣାର ଶିକାର ହେଲେ ଭୁବନେଶ୍ୱର କ୍ୟାପିଟାଲ ଥାନା ଅଧିକାରୀ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା; ପୁରୀ ଜଗିବ ୨୭୫ଟି AI କ୍ୟାମେରା