ଶନିବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ବରର ବଡଗଡ ଥାନା ଅଞ୍ଚଳରେ ଏଟିଏମ ଲୁଟ୍ ବେଳେ ଏନକାଉଣ୍ଟରରେ । ଏନକାଉଣ୍ଟରରେ ଏଟିଏମ୍ ଲୁଟ୍ କରୁଥିବା ବିହାରର ଦୀପକ କୁମାର ଗୁରୁତର। ଗୁଳି ମାଡ଼ କରି ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ପୋଲିସ ଗୁଳି ତା ଗୋଡ଼ରେ ବାଜିଥିଲା । ଆହତ ଅବସ୍ଥାରେ ପୋଲିସ ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାକୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା  । ଦୀପକ କୁମାର ବିହାର ଅଞ୍ଚଳର ହୋଇଥିବା ବେଳେ ଓଡିଶା ଆସି ବିଭିନ୍ନ ଏଟିଏମ ଲୁଟ କରୁଥିଲା । ତେବେ ଦୀପକ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଏଟିଏମ ଲୁଟ ଉଦ୍ୟମ ପାଇଁ ଆସିଥିବା ବେଳେ ପୋଲିସ ସହ ମୁହଁ ମୁହିଁ ହୋଇଥିଲା ଦୀପକ କୁମାର ।  ପୋଲିସକୁ ଦେଖି ଗୁଳି ଚଳାଇଥିଲା ଦୀପକ । ପାଲଟା ଜବାବରେ ପୋଲିସ ଦୀପକଙ୍କୁ ଏନକାଉଣ୍ଟର କରିଛି । ଦୀପକଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଏହାପରେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ ଦୀପକଙ୍କୁ କାବୁ କରିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

Leave a Reply

Your email address will not be published. Required fields are marked *