Astronaut Sunita Williams retires after 27 years at NASA

ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ନାସାରେ ୨୭ ବର୍ଷ କାର୍ଯ୍ୟ କରିବା ପରେ ଅବସର ନେଇଛନ୍ତି । ୱିଲିୟମ୍ସ ୧୯୯୮ ମସିହାରେ ନାସାରେ ଯୋଗ ଦେଇଥିଲେ । ତିନୋଟି ମିଶନରେ ୬୦୮ ଦିନର ମହାକାଶ ଯାତ୍ରା ଏବଂ ଅଗଣିତ ରେକର୍ଡ ସହିତ NASA କୁ ସେ ବିଦାୟ ଦେଇଛନ୍ତି ।

ସୁନିତା ୱିଲିୟମ୍ସ ମହାକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି । ମହାକାଶରେ ପଦଚାରଣ (ସ୍ପେସ୍‌ ୱାକ୍‌) କରି ସେ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲେ । ତାଙ୍କ ଶେଷ ଆଠ ଦିନିଆ ଯାତ୍ରାରେ ମହାକାଶକୁ ଯାଇଥିବା ୱିଲିୟମ୍ସ ପ୍ରାୟ ନଅ ମାସ ପରେ ଫେରିପାରିଥିଲେ । ବର୍ତ୍ତମାନ ସେ ଭାରତରେ ଅଛନ୍ତି ।

ୱିଲିୟମ୍ସଙ୍କ ଅବସର ଗତ ବର୍ଷ ଡିସେମ୍ବର ୨୭ ତାରିଖରେ କାର୍ଯ୍ୟକାରୀ ହୋଇଥିଲା ବୋଲି ନାସା ଘୋଷଣା କରିଛି ।

ସୁନୀତା ୱିଲିୟମ୍ସଙ୍କ ପିତା ଦୀପକ ପାଣ୍ଡ୍ୟା ଗୁଜରାଟୀ ଥିଲେ । ପରେ ସେ ଆମେରିକା ଚାଲିଯାଇଥିଲେ । ସୁନୀତାଙ୍କ ମାଆ ଉର୍ସୁଲିନ୍ ବୋନି ପାଣ୍ଡ୍ୟା ସ୍ଲୋଭେନିଆରୁ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *