ନିଲମ୍ବିତ ହେଲେ ଅସ୍ତରଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀ ରାଜେଶ ବଳିଆରସିଂହ । ଜୟପୁର SI ଥିବାବେଳେ କାର୍ଯ୍ୟରେ ଅବହେଳା କରିଥିବା ନେଇ ପୋଲିସ ଡିଜି ଏପରି ଆକ୍ସନ ନେଇଥିବା ଜଣାପଡିଛି । ସେପଟେ ଜେରା ବେଳେ ଅସ୍ତରଙ୍ଗ ଆଇଆଇସି ରାଜେଶ ବଳିଆରସିଂ ଫେରାର୍ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । କ୍ୟାପିଟାଲ୍ ଥାନାରେ ପଚରାଉଚରା ବେଳେ ପରିସ୍ରା ବାହାନାରେ IIC ରାଜେଶ ବଳିଆରସିଂ ଫେରାର୍ ହୋଇଥିବା ସୂଚନା ମିଳିଛି । କହିରଖୁଛୁ ଯେ, IICଙ୍କ ବିରୋଧରେ କୋରାପୁଟରେ ଗଞ୍ଜେଇ ଚାଲାଣର ଅଭିଯୋଗ ଥିଲା । ତେବେ ଭୁବନେଶ୍ୱର ୧ ନଂ ହାଟ ପଛ କ୍ୱାଟର୍ସରୁ ଉଠାଇ ଆଣିଥିଲା ଜୟପୁର ପୋଲିସ୍ । Post navigation ଭୀମ ଭୋଇ ଦୃଷ୍ଟି ହୀନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସ୍ୱାଧୀନତା ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଅଚାନକ ଆକ୍ରମଣ