ଭିଜିଲାନ୍ସ ଜାଲରେ ଫସିଲେ ପୁଣି ଏକ ସରକାରୀ ବାବୁ ।ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ତରଫରୁ ଚଢ଼ାଉ କରିଛି। ଏକ କାଳୀନ ଆଠ ଗୋଟି ଟିମ ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ବାସ ଭବନ ସହ ଅନେକ ଗୁଡିଏ କୋଠାରେ ଚଢ଼ାଉ କରିଛନ୍ତି। ଆଜିର ଚଢ଼ାଉ ବେଳେ ସିଭିଲ ଇଂଜିନିୟରଙ୍କ କୋଠା ସଉକ ଦେଖି ତାଜୁବ୍‌ ହୋଇଯାଇଥିଲେ ଭିଜିଲାନ୍ସ ।

ଏ ପର୍ଯ୍ୟନ୍ତ ଯନ୍ତ୍ରୀଙ୍କ ୬ଟି ବିରାଳ କୋଠା ଠାବ କଲାଣି ଭିଜିଲାନ୍ସ ଟିମ୍‌ । ୨ଟି ୪ ମହଲା, ୨ଟି ୩ ମହଲା ଓ ୨ଟି ୨ ମହଲା କୋଠା ଠାବ ହୋଇଛି । ବ୍ରହ୍ମପୁର ତୁଳସୀନଗରରେ ୪ ମହଲା କୋଠା ଯାହାର ମୂଲ୍ୟ ୨.୪ କୋଟିରୁ ଅଧିକ । ସେହିଭଳି ଭଂଜନଗର ବାଗ୍‌ଦେବୀ ରୋଡ୍‌ରେ ୬ ହଜାର ବର୍ଗଫୁଟର ୪ ମହଲା କୋଠା, ଆଉ ଏକ ୩ ମହଲା କୋଠା, ଭଂଜନଗରରେ ୨୫୦୦ ବର୍ଗଫୁଟର ଆଉ ଏକ ୩ ମହଲା କୋଠା ରହିଥିବା ବେଳେ ଭଂଜନଗର ୬ ନମ୍ବର ୱାର୍ଡରେ ଗୋଟିଏ, ଲୁଡୁଲୁଡିରେ ଗୋଟିଏ ୨ ମହଲା କୋଠା ଜବତ ହୋଇଛି । ଏହା ସହ ଭଂଜନଗରରେ ୪ଟି ଏବଂ ବ୍ରହ୍ମପୁରରେ ଗୋଟିଏ ଘରଯୋଗ୍ୟ ପ୍ଲଟ ଠାବ କରିଛି ଭିଜିଲାନ୍ସ । ଏଥିସହିତ ଭଞ୍ଜନଗରରେ ଥିବା ଜଳସେଚନ ବିଭାଗ କାର୍ଯ୍ୟଳୟରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଚାଲିଛି ଏବଂ ଟିମ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହସ୍ତଗତ ହୋଇଛି।

ଦୀର୍ଘ ଦିନ ଧରି ପ୍ରସନ୍ନ ସ୍ବାଇଁ ଭଞ୍ଜନଗର ଜଳସମ୍ପଦ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ କିଛି ଗୁରୁତ୍ଵପୂର୍ଣ୍ଣ ବିଭାଗରେ ଅତିରିକୁ ଦାୟିତ୍ଵ ତୁଲାଇ ଆସିଛନ୍ତି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ଚଢାଉ ସମୟରେ ୭ ଜଣ ଡ଼ିଏସପି, ୫ଜଣ ଇନ୍ସପେକ୍ଟର ଓ ଅନ୍ୟ ସହଯୋଗୀ ମାନେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *