asst-engineer-ashok-panda-in-vigilance-net
ଭିଜିଲାନ୍ସ ସ୍କାନରରେ ରାଜକିଶୋର ଜେନାଙ୍କ ସହଯୋଗୀ ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ କୁମାର ପଣ୍ଡା । ଉଭୟଙ୍କର ଯୁଗ୍ମ ସମ୍ପତ୍ତି ଥିବା ଜଣାଯାଇଛି ।
 
ରାଜକିଶୋରଙ୍କ ସମ୍ପତ୍ତିରେ ଅଶୋକଙ୍କର ମିଳିତ ମାଲିକାନା ସାମ୍ନାକୁ ଆସିବାରୁ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ପହଞ୍ଚିଥିଲା ।
 
ଭିଜିଲାନ୍ସ ରେଡ୍‌ ପରେ ସାମ୍ନାକୁ ଆସିଲା ସହକାରୀ ଯନ୍ତ୍ରୀଙ୍କ ଫ୍ଲାଟ୍‌ ନିଶା । ଜଟଣୀ, ଭୁବନେଶ୍ୱର, ଫୁଲନଖରାରେ ରହିଛି ୭ଟି ଫ୍ଲାଟ୍‌ । ଡିଏଲ୍‌ଏଫ୍ ସାଇବର ସିଟିରେ ଯନ୍ତ୍ରୀଙ୍କର ଦୋକାନ ଘର, ଉତ୍କଳ କନିକା ଗ୍ୟାଲେରିଆରେ ୨ଟି ଘର, ସିମ୍ଫୋନିରେ ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନ ରହିଥିବାବେଳେ ଡୁମୁଡୁମାରେ ଯନ୍ତ୍ରୀଙ୍କ ଗୋଟିଏ ୪ ମହଲା ବିଲ୍ଡିଂ ରହିଛି ।
 
ଭୁବନେଶ୍ୱରରେ ୭ ଓ ପୁରୀରେ ଗୋଟିଏ ଦାମୀ ପ୍ଲଟ୍ ସହ ସହକାରୀ ଯନ୍ତ୍ରୀଙ୍କ ମୋଟ ୭ ଟି ଫ୍ଲାଟ ଓ ୮ ଟି ପ୍ଲଟ୍ ଠାବ କରାଯାଇଛି । ୩୮ ଲକ୍ଷର ବ୍ୟାଙ୍କ ଜମା, ୧୨୫ ଗ୍ରାମର ସୁନା ଗହଣା ମଧ୍ୟ ଠାବ କରିଛି ଭିଜିଲାନ୍ସ ।

By Nirvay

Leave a Reply

Your email address will not be published. Required fields are marked *