ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନରେ ସହାୟକଙ୍କ ମୃତ୍ୟୁ । ବିଦ୍ୟୁତ ଆଘାତରେ ସହାୟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ମୃତକ ହେଉଛନ୍ତି ଶଙ୍କର୍ଷଣ ନାଗ। ଘର ବଲାଙ୍ଗୀର ଜିଲ୍ଲା ବେଳପାହାଡ଼ । ସପରିବାର ସହ ମନ୍ତ୍ରୀଙ୍କ ବାସଭବନରେ ରହୁଥିଲେ ସହାୟକ । ଏ ନେଇ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ତେବେ ସହାୟକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବିଦ୍ୟୁତ ଆଘାତରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏ ନେଇ ଛାନଭିନ ଚଳାଇଛି କ୍ୟାପିଟାଲ ଥାନା ପୋଲିସ ।

Leave a Reply

Your email address will not be published. Required fields are marked *