ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଜି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁଥିବା ବ୍ୟାଡ଼ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ହିମନ୍ତ ବିଶ୍ୱଶର୍ମା । ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଯୋଗ ଦେବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶାରେ ପହଞ୍ଚି ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ ସାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଓଡ଼ିଶାରେ ବିଜେଡି ଇତିହାସ ଶେଷ ହୋଇଯିବ । ଆଗାମୀ ୫୦ ବର୍ଷ ଯାଏଁ ବିଜେପି ରହିବ, ଏଥିରେ କୌଣସି ସନ୍ଦେହ ନାହିଁ । ସୂଚନଯୋଗ୍ୟ; ହିମନ୍ତ ବିଶ୍ୱଶର୍ମା ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ ସଭାପତି ଅଛନ୍ତି । ତେଣୁ କଳିଙ୍ଗ ଷ୍ଟାଡିୟମରେ ବ୍ୟାଡ଼ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟନ ଯୋଗ ଦେବା ପାଇଁ ଓଡ଼ିଶା ଆସିଛନ୍ତି । ପୁରୀରୁ ଦର୍ଶନ ସାରି ଦିନ ୩.୩୦ ରେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। Post navigation କମିଶନରେଟ ପୋଲିସ ପକ୍ଷରୁ ଲୋକାର୍ପିତ ହେଲା ଜରୁରୀକାଳୀନ ERSS ସେବା ସୁରକ୍ଷାକର୍ମୀ ଗୁଳିରେ ୭ ମାଓବାଦୀ ନିହତ