ଏସିଆ କପ୍‌ରେ ଆଜି ବହୁ ପ୍ରତୀକ୍ଷିତ ମହାମୁକାବିଲା। ଏସିଆ କପ୍ ୨୦୨୫ର ସବୁଠାରୁ ବଡ଼ ମ୍ୟାଚ୍ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ଦଳ। ଏହାରି ମଧ୍ୟରେ ପହଲଗାମ ଆକ୍ରମଣକୁ ନେଇ ବୟକଟ୍ ଦାବି ଆରମ୍ଭ ହୋଇଛି ।

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ୍ ସିନ୍ଦୂର ପରେ ଏହା ପ୍ରଥମ ଥର, ଯେତେବେଳେ ଉଭୟ ଦେଶ ପରସ୍ପରକୁ ମୁହାଁମୁହିଁ ହେବେ। ମ୍ୟାଚ୍ ରାତି ୮ଟାରେ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। କିନ୍ତୁ ଆଗ ଭଳିଆ ଉତ୍ସାହ କ୍ରିକେଟ ପ୍ରମୀଙ୍କ ଉପରେ ଦେଖିବାକୁ ମିଳିନାହିଁ । ମ୍ୟାଚର ଟିକେଟ ବି ବିକ୍ରି ହୋଇପାରିନି । ପାକିସ୍ତାନ ସହ ଭାରତ କାହିଁକି ମ୍ୟାଚ୍ ଖେଳୁଛି ବୋଲି ବିଭିନ୍ନ ବର୍ଗର ଲୋକ ପ୍ରଶ୍ନ ଉଠାଇଛନ୍ତି ।

Leave a Reply

Your email address will not be published. Required fields are marked *