କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢ଼ା ସ୍ଥିତି ନେଇ ୬ ଜଣିଆ ଏଏସଆଇ ଟିମ୍‌‌ ପହଞ୍ଚି ମନ୍ଦିର ପରିସରରେ ଅନୁଧ୍ୟାନ ଜାରି ରଖିଛନ୍ତି। ଏଡିଜି ଜାନଭି ଶର୍ମାଙ୍କ ନେତୃତ୍ବରେ ଏଏସ୍ଆଇ ଟିମ୍ ର ଅନୁଧ୍ୟାନ କରିଛନ୍ତି । ଏଥିରେ ଏଏସଆଇର ଅତିରିକ୍ତ ମହାନିର୍ଦ୍ଦେଶକ ଜାନଭି ଶର୍ମା, ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାରୀ, ଏଏସଆଇ କନର୍ଜଭେସନ ଡାଇରେକ୍ଟର ଭୀମା ଆଜମିରାଙ୍କ ସମେତ ମୋଟ ୬ଜଣ ଅଧୂକାରୀ ଏହି ଟିମରେ ସାମିଲ ରହିଛନ୍ତି। ପ୍ଲାଟଫର୍ମ ନିର୍ମାଣ ପରେ ଗର୍ଭଗୃହକୁ ପ୍ରବେଶ ପାଇଁ ଏକ ଗର୍ଭ କରାଯାଇ ଏହି ବାଟେ ବାଲି କଢାଯିବା।

ସୂଚନଯୋଗ୍ୟ; ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ତିନି ବର୍ଷ ସମୟ ଧାର୍ଯ୍ୟ ହୋଇଥିଲା। ବାଲିକଢା କାର୍ଯ୍ୟ ପାଇଁ ୩ ବର୍ଷ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ମଧ୍ୟରେ ଦୁଇ ବର୍ଷ ବିତି ସାରିଛି। ଆଉ ମାତ୍ର ବର୍ଷେ ସମୟ ହାତରେ ରହିଥ‌ିବା ବେଳେ ଏଏସଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଉତ୍ତର-ପଶ୍ଚିମ କୋଣ ଓ ଦକ୍ଷିଣ ପଶ୍ଚିମ କୋଣରେ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ପ୍ରଥମ ଆଇରନ ସିଡି ନିର୍ମାଣ କାମ ଶେଷ ହୋଇଛି। ବାଲି କାଢିବା କାମ ସମୂର୍ଣ୍ଣ ବନ୍ଦ ରହିଥିବାରୁ ପ୍ଲାଟଫର୍ମ ନିର୍ମାଣ କାମ ପରେ ମନ୍ଦିରର ପଶ୍ଚିମ ଦ୍ୱାର ଦ୍ୱିତୀୟ ପିଢରେ ଗର୍ଭଗୃହକୁ ପ୍ରବେଶ ପାଇଁ ଏକ ଗର୍ତ୍ତ ଖୋଳାଯିବ। ସେହିବାଟରେ ଗର୍ଭଗହରୁ ବାଲି କଢାଯିବ।

Leave a Reply

Your email address will not be published. Required fields are marked *