ଭରତପୁର ଥାନା ବିବାଦ ଥମି ନଥିବା ବେଳେ ଏବେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଂଚଳରେ ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ମହିଂଷାସୁର ଛକରେ ଦୋକାନୀକୁ ପିଟିବା ଅଭିଯୋଗରେ ଏଏସଆଇ ନରେନ୍ଦ୍ର ସିଂ ନିଲମ୍ବିତ ହୋଇଛନ୍ତି। ଅଭିଯୋଗ ଆଧାରରେ ଏଏସଆଇଙ୍କ ନାଁରେ ମାମଲା ରୁଜୁ ହୋଇଛି। ବିଭାଗୀୟ ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଶପଥ ନେଉଥିବା ପୋଲିସ ଅଧିକାରୀମାନେ ନିଜ ଆଚ୍ଚରଣ ଭୁଲି ଯାଉଛନ୍ତି। ନ୍ୟାୟ ଦେବା ପରିବର୍ତ୍ତେ ଓଲଟା ସାଧାରଣ ଲୋକଙ୍କୁ ଆକ୍ରମଣ କରୁଥିବା ଭଳି ଘଟଣା ନଜିର ରହିଛି। ନିକଟରେ ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ଘଟଣାର ସମାଧାନ ହୋଇନଥିବା ବେଳେ ଏବେ ପୁଣି ଏକ ବିବାଦ ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *