ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଶ୍ୱବ୍ୟାପୀ ନାଁ କମାଇଥିବା ଓପନ୍ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍। ଏହି ସାକ୍ଷାତକାର ଜରିଆରେ ଭାରତରେ ଏଆଇ ଅବିବୃଦ୍ଧି, ଓପନ୍ ଏଆଇ ର ସମ୍ଭାବନା ଏବଂ ଭାରତରେ ଏଆଇ ମିଶନ ଉପରେ ଆଲୋଚନା କରିଛନ୍ତି । ଏହି ବୈଠକ ସମୟରେ, ଅଲ୍ଟମ୍ୟାନ୍ GPU, ମଡେଲ ଏବଂ ଆପ୍ସକୁ ସାମିଲ କରି ଭାରତର ଏଆଇ ନିର୍ମାଣରେ ସହଯୋଗ କରିବାକୁ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି। ଏହା ପରେ ବୈଷ୍ଣବ ଚନ୍ଦ୍ରାୟନ ୩ ମିଶନର ଉଦାହରଣ ଦେଇ ପ୍ରଯୁକ୍ତିବିଦ୍ୟା ପ୍ରତି ଭାରତର କମ ଖର୍ଚ୍ଚାତ୍ମକ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହି ବୈଠକରେ ଭାରତକୁ ଏଆଇ ଷ୍ଟେକ୍ର ପ୍ରତ୍ୟେକ ସ୍ତରରେ ସକ୍ରିୟ ହେବା ଉଚିତ, ଅର୍ଥାତ୍ ବିକାଶ ଠାରୁ ଆରମ୍ଭ କରି ନିୟୋଜନ ପର୍ଯ୍ୟନ୍ତ ସମସ୍ତ ଦିଗରେ କାମ କରିବା ଉଚିତ ବୋଲି ସେ କହିଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ଓପନ୍ ଏଆଇ ପାଇଁ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ବଜାର। ସୂଚନା ଯୋଗ୍ୟ; ଦିଲ୍ଲୀରେ ଅନୁଷ୍ଠିତ ଡେଭଲପର କାର୍ଯ୍ୟକ୍ରମରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଭାରତ ‘ଇଣ୍ଡିଆଏଆଇ ମିଶନ’ ଅଧୀନରେ ଏଆଇର ଗଣତାନ୍ତ୍ରିକୀକରଣ ଏବଂ ଏକ ସମ୍ପୂର୍ଣ୍ଣ ଏଆଇ ଷ୍ଟେକ୍ ବିକଶିତ କରିବା ଉପରେ ଧ୍ୟାନ ଦେଉଛି। ଏହା ପରେ ଆଜି ଓପନ୍ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନଙ୍କୁ ସାକ୍ଷାତ କରିଛନ୍ତି । Post navigation ଚଳିତ ବର୍ଷ ହୋଇପାରିବ ନାହିଁ ମାଟ୍ରିକ ପ୍ରଶ୍ନପତ୍ର ଲିକ୍; ଜାଣନ୍ତୁ କଣ ନିଆଯାଇଛି ପଦକ୍ଷେପ ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ଦାବି ରଖିଲେ ରାଜ୍ୟ ସରକାର