asa-buliba-anganwadi-campaign-from-august-1-to-11-in-odisha

ଅଗଷ୍ଟ ୧ ରୁ ୧୧ ଯାଏଁ ରାଜ୍ୟରେ ଚାଲିବ ‘ଆସ ବୁଲିଯିବା ଅଙ୍ଗନବାଡ଼ି’ କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଅଭିଭାବକ ଓ ସାଧାରଣ ଲୋକ ଅଙ୍ଗନବାଡ଼ି କେନ୍ଦ୍ର ଯାଇ ସ୍ଥିତି ପରଖିବେ । ସେମାନଙ୍କ ମତାମତକୁ ନେଇ ଅଙ୍ଗନବାଡ଼ି ଭିତ୍ତିଭୂମି ଆହୁରି ସୁଦୃଢ କରାଯିବ । ଏହା ସହ AWESOME ଆପ୍‌ ଜରିଆରେ ବିଭିନ୍ନ ବିଷୟରେ ଫିଡ୍‌ବ୍ୟାକ ଦେଇପାରିବେ ସାଧାରଣ ଲୋକେ ।

ଉପମୂଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ରାଜ୍ୟରେ ୭୪,୨୨୦ ଅଙ୍ଗନବାଡ଼ି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ତିନୋଟି ମୌଳିକ ସୁବିଧା ରହିଥିବା ଆବଶ୍ୟକ । ନିଜସ୍ୱ ଘର, ଶୌଚାଳୟ ଏବଂ ବିଜୁଳିର ସୁବିଧା ଥିଲେ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ମାନ୍ୟତା ପାଇବ । ସେଥିପାଇଁ ଅସମ୍ ଆପ୍ ଆରମ୍ଭ ହୋଇଛି । ଯେଉଁଥିରେ ଅଙ୍ଗନବାଡ଼ି କେନ୍ଦ୍ର ନାମ, କର୍ମଚାରୀ ଏବଂ ପିଲାଙ୍କ ନାମ ଆଦି ଉପଲବ୍ଧ ହେବ । ଆପ୍‌ର ବିକାଶ ପାଇଁ NIPCCD ସହ ମହିଳା ଓ ଶିଶୁ ବିକାଶ ବିଭାଗର MOU ହୋଇଛି।

ସୂଚନା ଯୋଗ୍ୟ; ଅଙ୍ଗନବାଡିକୁ ଶଶକ୍ତ କରିବାକୁ ରାଜ୍ୟ ମହିଳା ଓ ଶିଶୁ ବିଭାଗ ସ୍ୱତନ୍ତ୍ର ‘AWASOME’ ବା ଅସମ୍ (ଅଙ୍ଗନବାଡ଼ି ୱେଲଫେୟାର ଆଣ୍ଡ ସର୍ଭିସ ଓଭର ନାଇଟ୍‌ ମନିଟରଙ୍ଗି ଏଭ୍ରିହ୍ୱେୟାର) ଆପ୍‌ ଲଞ୍ଚ କରାଯାଇଛି । ଏହି ଆପ୍‌ ଜରିଆରେ ଅଙ୍ଗନବାଡ଼ି କର୍ମୀମାନେ ସମସ୍ତ କାର୍ଯ୍ୟ କରିବେ ଓ ଆପ୍‌ ଦ୍ୱାରା ସାଧାରଣ ଲୋକ ଏବଂ ଅଭିଭାବକ ନିଜର ମତାମତ ଦେଇପାରିବେ ।

By Nirvay

Leave a Reply

Your email address will not be published. Required fields are marked *