୧୯୯୬ ବ୍ୟାଚର ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ହୋଇଛନ୍ତି। ଶ୍ରୀ ପାଢ଼ୀଙ୍କ ନିଯୁକ୍ତି ପରେ ବୀର ବିକ୍ରମ ଯାଦବଙ୍କ ଛୁଟି ହୋଇଯାଇଛି। ଶ୍ରୀ ପାଢ଼ୀଙ୍କ ପ୍ରଶାସନିକ ଦକ୍ଷତା ରହିଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ନୀଳାଦ୍ରିବିଜେ ନୀତି ଯେଭଳି ସୁରୁଖୁରୁରେ ହେବ ସେହି ଦିଗ ପ୍ରତି ଅରବିନ୍ଦ ପାଢ଼ୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

ଏହା ପୂର୍ବରୁ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିଲେ। ଏହା ମହାପ୍ରଭୁଙ୍କ ଇଚ୍ଛା ବୋଲି ଦାୟିତ୍ବ ମିଳିବା ପରେ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ନୀତିକାନ୍ତିର ଶୃଙ୍ଖଳା ଓ ମହାପ୍ରଭୁଙ୍କ ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *