ମଦ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗୁରୁବାର ରାଉସ୍‌ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡ ଜରିଆରେ ଜାମିନ ଦିଆଯାଇଛି। ସେ ଆଜି ତିହାର ଜେଲରୁ ବାହାରିବେ। ତାଙ୍କୁ ଜେଲରୁ ଘରକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି।

କେଜ୍ରିୱାଲଙ୍କୁ ମୁକ୍ତ କରିବା ପୂର୍ବରୁ କୋର୍ଟ କିଛି ସର୍ତ୍ତ ରଖିଥିଲେ, ସର୍ତ୍ତଗୁଡ଼ିକ ‌ହେଉଛି ସେ ତଦନ୍ତରେ ବାଧା ସୃଷ୍ଟି କରିବେ ନାହିଁ କିମ୍ବା ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ। ଯେତେବେଳେ ବି ଆବଶ୍ୟକ ହୁଏ କୋର୍ଟରେ ହାଜର ହେବାକୁ ଏବଂ ତଦନ୍ତରେ ସହଯୋଗ କରିବାକୁ ଜଜ୍ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନ ପୂର୍ବରୁ ଇଡି ଗତ ମାର୍ଚ୍ଚ ୨୧ରେ କେଜ୍‌ରିଓ୍ବାଲଙ୍କୁ ଗିରଫ କରିଥିଲା। ନିର୍ବାଚନକୁ ଦୃଷ୍ଟିରେ ରଖି ଗତ ମେ’୧୦ରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ତା’ପରେ ସେ ନିର୍ବାଚନ ସରିବା ପରେ ଜୁନ୍‌ ୨ରେ ଜେଲ୍‌କୁ ଯାଇଥିଲେ। ଅବକାରୀ ଦୁର୍ନୀତି ମାମଲାରେ କେଜ୍‌ରିଓ୍ବାଲ ୧୦୦ କୋଟି ଟଙ୍କା ଲାଞ୍ଚ ଦାବି କରିଥିବାର ପ୍ରମାଣ ରହିଛି ବୋଲି ଶୁଣାଣି ବେଳେ ଇଡି ଅଦାଲତଙ୍କୁ ଜଣାଇଥିଲା। ଉକ୍ତ ଲାଞ୍ଚ ଟଙ୍କାକୁ ଗୋଆରେ ଆପ୍‌ ନିର୍ବାଚନ ପ୍ରଚାରରେ ବ୍ୟୟ କରିଥିବା ତଦନ୍ତକାରୀ ସଂସ୍ଥା କହିଥିଲା।

ଇଡି ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁ କହିଥିଲେ, ସାଉଥ୍‌ ଗ୍ରୁପ୍‌ ସିଧାସଳଖ ଆପ୍‌କୁ ଟଙ୍କା ପଠାଇଥିବାବେଳେ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତା ସେଥିରେ ସମ୍ପୃକ୍ତ ଥିଲେ। ତଦନ୍ତ ବେଳେ ଫୋନ୍‌ ପାସ୍‌ଓ୍ବାର୍ଡ ଦେବାକୁ କେଜ୍‌ରିଓ୍ବାଲ ମନା କରିଥିଲେ ବୋଲି ରାଜୁ କହିଥିଲେ। ଏହି କାରଣରୁ ସାଧାରଣ ଜାମିନ ଆଇନ ଅନୁଯାୟୀ କେଜ୍‌ରିଓ୍ବାଲଙ୍କୁ ଜାମିନ ନ ଦେବାକୁ ରାଜୁ ଯୁକ୍ତି ଦର୍ଶାଇଥିଲେ। ଅନ୍ୟ ପକ୍ଷରେ ଇଡିର ଅଭିଯୋଗ ପଛରେ କୌଣସି ପ୍ରମାଣ ନ ଥିବା କେଜ୍‌ରିଓ୍ବାଲଙ୍କ ଓକିଲ ବିକ୍ରମ ଚୌଧରୀ କହିଥିଲେ

Leave a Reply

Your email address will not be published. Required fields are marked *