ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍‌ ଅରୁଣ କୁମାର ଷଡ଼ଙ୍ଗୀ । ୬ ବର୍ଷ ପାଇଁ ଆୟୋଗରେ ନିଜର ଦାୟିତ୍ୱ ତୁଲାଇବେ ଅରୁଣ ଷଡ଼ଙ୍ଗୀ। ଆଜି ଲୋକସେବା ଭବନ ସେ ଡଃ ସରିତା ସୁପକାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇ କହିଛନ୍ତି ମୋତେ ଯେଉଁ ଗୁରୁ ଦାୟିତ୍ୱ ମିଳିଛି ତାହାକୁ ନିଷ୍ଠା ଓ ସ୍ୱଚ୍ଛତା ସହ ତୁଲାଇବି। ଚୟନ ପରୀକ୍ଷାରେ ସ୍ୱଚ୍ଛତା ଓ ଚୟନ ପକ୍ରିୟାରେ ସ୍ୱଚ୍ଛତା ଆଣିବା ଆମର ପ୍ରାଥମିକତା ରହିବ। ଠିକ୍ ସମୟରେ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଟଙ୍କା ବା ଲାଞ୍ଚ ଦେଇ ଯଦି କେହି ପରୀକ୍ଷାର୍ଥୀଙ୍କୁ ଚାକିରି ଦେବା ପାଇଁ କହୁଛି, ତେବେ ତାହା କେବଳ ଠକେଇ ପାଇଁ କହୁଛି। ପରୀକ୍ଷାର୍ଥୀ ସେଥିରେ ନ ପଡ଼ିବା ପାଇଁ ପରାମର୍ଶ ଦେଉଛି। ପରୀକ୍ଷାର୍ଥୀ ସେମାନଙ୍କ କଥା ଶୁଣନ୍ତୁ ନାହିଁ। ସାଢେ ୩୩ ବର୍ଷ ପରେ ବର୍ଦ୍ଦି ଓହ୍ଲାଇବା କଷ୍ଟ ଦେଇଛି। ବର୍ଦ୍ଦି ଥିଲା ମୋ ପରିଚୟ। ୧୦ ମାସ ପୂର୍ବରୁ ଖୋଲିବାକୁ ପଡିଛି। ସାଢ଼େ ୩୩ ବର୍ଷ ପୁଲିସ ଚାକିରି ପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ଏହାକୁ ମଧ୍ୟ ସୁଚାରୁରୂପେ ତୁଲାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବି ।

ସୂଚନାନୁଯାୟୀ, ଆଇପିଏସ ଅଧିକାରୀ ଅରୁଣ ଷଡ଼ଙ୍ଗୀ ଗତକାଲି ପୋଲିସ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ।

Leave a Reply

Your email address will not be published. Required fields are marked *