ପୋଲିସକୁ ମିଳିଲା ବଡ଼ ସଫଳତା । ଓଡିଶା ଝାରଖଣ୍ଡ ସୀମା ସଂଲଗ୍ନ ଚାଇଁବସା ଅନ୍ତର୍ଗତ ସରଣ୍ଡା ଜଙ୍ଗଲ ମାଟି ତଳୁ ମିଳିଲା ପ୍ରାୟ ୩୫ ଲକ୍ଷ ଟଙ୍କା । ମାଓବାଦୀମାନେ ମାଟି ତଳେ ଟଙ୍କା ଲୁଚାଇ ରଖିଥିବା ଜଣାପଡିଛି । ବିସ୍ଫୋରକ କିଣିବା ପାଇଁ ମାଓବାଦୀମାନେ ଟଙ୍କା ଲୁଚାଇ ରଖିଥିବା ସୂଚନା । ଏନେଇ ଏକ୍ସରେ ସୂଚନା ଦେଲେ ରାଞ୍ଚି ଆଇଜି ।

ସୂଚନା ଯୋଗ୍ୟ, କୌଣସି ସୂତ୍ରରୁ ଖବର ପାଇ ଚାଇବାସା ମାଟି ତଳୁ ଟଙ୍କା ଜବତ କରିଛି ପୋଲିସ। ଜବତ ଟଙ୍କାର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ହେବ । ବିସ୍ଫୋରକ କିଣିବା ପାଇଁ ମାଓବାଦୀମାନେ ଟଙ୍କା ଲୁଚାଇ ରଖିଥିବା ଅନୁମାନ କରାଯାଉଛି । ସମସ୍ତ ଟଙ୍କା ଏକ ଷ୍ଟିଲ୍ କ୍ୟାନରେ ରଖାଯାଇ ମାଟିରେ ପୋତି ଦିଆଯାଇଥିଲା। ମୋଟ ୩୫ଟି ପୃଥକ ବଣ୍ଡଲ ଜବତ ହୋଇଛି । ଏନେଇ ରାଞ୍ଚି ଆଇଜି ଏକ୍ସରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *