AnshumanImage Credit: TV9 Bharatvarsh

କୀର୍ତ୍ତି ଚକ୍ର ପ୍ରାପ୍ତ ଶହୀଦ କ୍ୟାପଟେନ ଅଂଶୁମାନ ସିଂଙ୍କ ପରିବାର ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ସିଆଚେନରେ ଅଗ୍ନିକାଣ୍ଡ ଘଟଣାରେ ଶହୀଦ ହୋଇଥିବା କ୍ୟାପଟେନ ଅଂଶୁମାନ ସିଂଙ୍କୁ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମରଣୋତ୍ତର ଭାବେ କୀର୍ତ୍ତି ଚକ୍ର ପ୍ରଦାନ କରିଥିଲେ। ଅଂଶୁମାନଙ୍କ ପତ୍ନୀ ଶ୍ରୀମତୀ ସିଂହ ଓ ମା’ କୀର୍ତ୍ତି ଚକ୍ର ଗ୍ରହଣ କରିବା କରିଥିଲେ। ଏବେ ଅଂଶୁମାନଙ୍କ ବାପା ମା’ ଦାବି କରୁଛନ୍ତି ଯେ କୀର୍ତ୍ତି ଚକ୍ର ଓ ସେନା ଦେଇଥିବା ସମସ୍ତ କ୍ଷତିପୂରଣ ଟଙ୍କା ନେଇ ବୋହୂ ନିଜ ଘରକୁ ପଳାଇଯାଇଛନ୍ତି ଓ ସେମାନଙ୍କୁ କିଛି ମିଳିନାହିଁ । ଏବେ ଏହି ଘଟଣା ଉପରେ ସେନା ତରଫରୁ ଏକ ପ୍ରତିକ୍ରିୟା ଦିଆଯାଇଛି।

ସେନା ସୂତ୍ରରୁ ପ୍ରକାଶ ଯେ କ୍ୟାପଟେନ୍ ଅଂଶୁମାନଙ୍କ ପରିବାରକୁ ନିୟମ ଅନୁଯାୟୀ ଆର୍ମି ଗ୍ରୁପ୍ ଇନସ୍ୟୁରାନ୍ସ ଫଣ୍ଡ ଅଧୀନରେ ଅଂଶୁମାନଙ୍କ ପିତାମାତା ଓ ବୋହୂଙ୍କ ମଧ୍ୟରେ ୧ କୋଟି ଟଙ୍କା ସମାନ ଭାବରେ ବଣ୍ଟନ କରାଯାଇଛି। ଏହାବ୍ୟତୀତ ଅଂଶୁମାନଙ୍କ ପରିବାରକୁ ମଧ୍ୟ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ୧୫ ଲକ୍ଷ ଟଙ୍କା ପିତାମାତାଙ୍କୁ ଓ ୩୫ ଲକ୍ଷ ଟଙ୍କା ପତ୍ନୀଙ୍କୁ ଦିଆଯାଇଥିଲା । ଏହାଛଡ଼ା ପତ୍ନୀଙ୍କୁ ପେନସନ ମିଳିବ ।

Leave a Reply

Your email address will not be published. Required fields are marked *