ଅପରେସନ୍ ସିନ୍ଦୂର ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ୱାର ରୁମ୍ର ଚିତ୍ର । ଅପରେସନ୍ ସିନ୍ଦୂରରେ ପାକିସ୍ତାନର ୯ଟି ଆତଙ୍କୀ କ୍ୟାମ୍ପ ଧ୍ୱଂସର ମନିଟରିଂ କରୁଥିଲେ ତିନି ସେନା ମୁଖ୍ୟ । ପହଲଗାମ ନରସଂହାରକୁ ନେଇ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା । ରାତି ଗୋଟାଏ ୫ ରୁ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ଆରମ୍ଭ ହୋଇଥିଲା । ରାତି ଗୋଟାଏ ୩୦ ଯାଏ, ପ୍ରାୟ ୨୫ ମିନିଟ୍ ଧରି ଆତଙ୍କୀ ଆଡ୍ଡାସବୁକୁ ଧ୍ୱଂସ କରିଦେଇଥିଲା ଏହି ଷ୍ଟ୍ରାଇକ୍ । ଆଉ ଏହାକୁ ଲାଇଭ୍ ଦେଖୁଥିଲେ ତିନି ସେନା ମୁଖ୍ୟ । ଏହି ଆକ୍ରମଣରେ ଯେମିତି କୌଣସି ସାଧାରଣ ନାଗରିକ କିମ୍ବା ପାକିସ୍ତାନୀ ସୈନିକର ପ୍ରାଣହାନୀ ନଘଟିବ, ସେଥିପ୍ରତି ଧ୍ୟାନ ଦିଆଯାଇଥିଲା । Post navigation ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି. କାମାତଙ୍କ କାର୍ଯ୍ୟକାଳ ବୃଦ୍ଧି ଭାରତୀୟ ସେନାକୁ ସମ୍ମାନିତ କରିବ ବିସିସିଆଇ