ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି ।ବିରାଟ ପଟୁଆରରେ ପାଟକୁରାରୁ ଆସିଛନ୍ତି ଅରବିନ୍ଦଙ୍କ ଶହ ଶହ ସମର୍ଥକ । ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ସମର୍ଥକଙ୍କ ମେଳି ଦେଖିବାକୁ ମିଳିଛି । ନେତାଙ୍କୁ ନ୍ୟାୟ ଦେବାକୁ ଅରବିନ୍ଦଙ୍କ ଶତାଧିକ ସମର୍ଥକ ଆଜି ଶଙ୍ଖଭବନ ଘେରିଛନ୍ତି ।

ଅରବିନ୍ଦଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ସେମାନେ କହିଛନ୍ତି । ଅରବିନ୍ଦଙ୍କ ପ୍ରତି ଅବିଚାର ହୋଇଥିବା ସେମାନେ କହିଛନ୍ତି । ସମର୍ଥକ କହିଛନ୍ତି ଆମେ ବିଜେଡି ଲୋକ ବିଜେଡି ସହ ଅଛୁ । କିନ୍ତୁ ଅବିଚାରକୁ ବରଦାସ୍ତ କରିବୁନି । ଅରବିନ୍ଦଙ୍କ ନିଲମ୍ୱନ ଆଦେଶ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତ୍ୟାହାର କରିନେବାକୁ ସେମାନେ ଦାବି କରିଛନ୍ତି । ଯଦି ନିଲମ୍ୱନ ଆଦେଶ ପ୍ରତ୍ୟାହାର ନହୁଏ, ଆମେ ବିଜେଡି ଛାଡି ଦେବୁ । ଅରବିନ୍ଦ ଜଣେ ଭଲ ବିଧାୟକ । ତାଙ୍କର ବିଧାୟକ ଭାବେ ଭଲ ପର୍ଫର୍ମାନ୍ସ ଅଛି । ତାଙ୍କୁ କାହିଁକି ନିଲମ୍ୱନ କରାଗଲା, ଆଗେ ନବୀନ ବାବୁ କୁହନ୍ତୁ  ।

ଶୁକ୍ରବାର ଅରବିନ୍ଦଙ୍କ ସମର୍ଥକମାନେ ଭୁବନେଶ୍ୱର ଅଭିମୁଖେ ଆସିଥିଲେ । ଶତାଧିକ ସମର୍ଥକ ରାଜଧାନୀରେ ପହଁଚି ଶଙ୍ଖ ଭବନ ଘେରିଥିଲେ । ଶତାଧିକ ସମର୍ଥକ ଗର୍ଜିଛନ୍ତି । ଅରବିନ୍ଦଙ୍କ ବିରୁଦ୍ଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଇଛି ତାହାର ଜବାବ ମାଗିଛନ୍ତି । ଏହା ସହିତ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ତେବେ ଦଶ ଜଣିଆ ପ୍ରତିନିଧି ଦଳ ଶଙ୍ଖ ଭବନ ଭିତରକୁ ଯାଇଛନ୍ତି । ସେଠାରେ ଉପସ୍ଥିତ ଥିବା ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଛନ୍ତି ।

ଶଙ୍ଖଭବନରେ ବରିଷ୍ଠ ନେତାଙ୍କୁ ଭେଟିବା ପରେ ଅରବିନ୍ଦଙ୍କ ସମର୍ଥକଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି । ପତାପ ଜେନା, ଦେବୀପ୍ରସାଦ ମିଶ୍ର ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ପୁନର୍ବିଚାର କରିବାକୁ ସମୟ ମାଗିଛନ୍ତି, ପୁନର୍ବିଚାର କରାଯିବ କହିଛନ୍ତି।

ଅନ୍ୟପକ୍ଷରେ ନବୀନ ନିବାସ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ନବୀନ ନିବାସ ସମ୍ମୁଖରେ କମିଶନରେଟ୍ ପୋଲିସ ପକ୍ଷରୁ ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *