ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଥିବା ପୂର୍ବତନ ରେଳ ଜୋନକୁ ବିଭାଜନ କରି କେନ୍ଦ୍ର ସରକାର ଓଡ଼ିଶା ସହ ପ୍ରତାରଣା କରୁଛନ୍ତି ବୋଲି ବିଜଦ ବିଧାୟକ ଶାରଦା ପ୍ରସାଦ ଜେନା ବିଧାନସଭାର ଶୂନ୍ୟକାଳରେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ବୁଧବାର ଗୃହର ଶୂନ୍ୟକାଳରେ ଶାରଦା ପ୍ରସାଦ ଜେନା ଏହି ପ୍ରସଙ୍ଗ ଉଠାଇ କହିଥିଲେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ରହିଥିବା ବୈମାତୃକ ମନୋଭାବ ଯୋଗୁ ଏବେ ପୂର୍ବତଟ ରେଳପଥ ଜୋନରୁ ୱାଲିଟିୟର ଡିଭିଜନକୁ ହଟାଇ ଦିଆଯାଇଛି। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ପୂର୍ବତଟ ରେଳପଥ ଜୋନରେ ଥିବା ଓ୍ୱାଲିଟିୟର ଡିଭିଜନକୁ ଅଲଗା କରି ନୂଆ ଜୋନରେ ପରିଣତ କରାଯାଇଛି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଖୁସି କରିବା ଲାଗି କେନ୍ଦ୍ରସରକାର ଏହି ନୂଆ ଜୋନ ପ୍ରତିଷ୍ଠା ଦ୍ବାରା ଓଡ଼ିଶାର ଅଧିକାଂଶ । ରେଳମାର୍ଗକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଉଛି। ଏହାଦ୍ବାରା ଏହି କ୍ଷେତ୍ରରୁ ବର୍ଷକୁ ଆସୁଥିବା ୧୦ ହଜାର କୋଟି ଟଙ୍କାର ରାଜସ ଅଂଶ ଓଡ଼ିଶା ସରକାରଙ୍କୁ ନ ଆସି ଏହା ଆନ୍ଧ୍ରପ୍ରଦେଶକୁ ଚାଲିଯିବ। ତୁରନ୍ତ ପୂର୍ବତଟ ରେଳପଥ ଜୋନରେ ଥିବା ଓଡ଼ିଶାର ରେଳକ୍ଷେତ୍ରକୁ ସାମିଲ କରାଯିବା ସହିତ ଚକ୍ରଧରପୁର ରେଳଜୋନରେ ଥିବା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଅଞ୍ଚଳକୁ ପୂର୍ବତଟ ରେଳପଥ ଜୋନରେ ଅନ୍ତର୍ଭୁକ୍ତ କରିବାକୁ ଶାରଦା ପ୍ରସାଦ ଜେନା  ଗୃହରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *