ପୁଣି ଆସୁଛି ଆଉ ଏକ ଲଘୁଚାପ । ଜାନୁୟାରୀ ପ୍ରଥମ ସପ୍ତାହରେ ପୁଣି ଏକ ଲଘୁଚାପ ଆସୁଥିବାର ଅନୁମାନ କରାଯାଇଛି। ଏହାସହ ଆସନ୍ତା ୨୮ ଓ ୨୯ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପୁଣି ଆଉ ଏକ ଲଘୁଚାପ ଆସିବା ଶୁଣି ଚାଷୀକୂଳ ଏବେ ଚିନ୍ତାରେ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହୋଇଛି କିନ୍ତୁ ପଶ୍ଚିମାଝଡ଼ ପ୍ରଭାବରେ ୨୮ରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ନୂଆପଡା, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ୨୯ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ସୁନ୍ଦରଗଡ ଜିଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। Post navigation ମନମୋହନ ସିଂଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଲାଞ୍ଚୁଆ ଏଏସଆଇ ଫେରାର