ଗଞ୍ଜାମ ବିଷାକ୍ତ ମଦ ପିଇ ୨୦ରୁ ଅଧିକ ଅସୁସ୍ଥ ଘଟଣାରେ ଆଜି ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶେଇ ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି ହୋଇଛି । ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଉ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଚିକିଟି ବ୍ଲକ ଜେନାପୁର ଗାଁର ଲୋକନାଥ ବେହେରା । ଗତକାଲି ଜେନାପୁର ଗାଁର ଜୁର ବେହେରାଙ୍କ ମୃତ୍ୟୁ ହୋଇଥିଲା। ବିଷାକ୍ତ ମଦ ପିଇ ୨୦ରୁ ଅଧିକ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଏମ୍କେସିଜିରେ ଭର୍ତ୍ତି କରାଯାଇଥିଲା । ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଭେଣ୍ଟିଲେଟ୍ରରେ ରହିଛନ୍ତି। ଆଉ ୧୦ ଜଣଙ୍କ ଭିତରୁ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁନି। ତେଣୁ ସେମାନଙ୍କୁ ଆଉସିୟୁରେ ରଖାଯାଇଛି। ଏହି ଘଟଣାରେ ମଦ ମାଫିଆଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। Post navigation ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ; ୩ ଜଣଙ୍କ ମୃତ୍ୟୁ, ୩ ଗୁରୁତର “ଭାରତ ବନ୍ଦ ଡାକରା”କୁ ଅସଫଳ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଭାପତି