ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ର ଯୋଡ଼ିବାକୁ ପ୍ରକ୍ରିୟା ଆରମ୍ଭ । ଆନୁଷ୍ଠାନିକ ଭାବେ ପିଲାଙ୍କ ଶୈଶବର ଯତ୍ନ ବିଦ୍ୟାଳୟରୁ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ର ଯୋଡ଼ିବାକୁ ଦିଲ୍ଲୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି । ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ରର ମିଶ୍ରଣ ନେଇ ନିର୍ଦ୍ଦେଶାବଳୀର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ସାମିଲ ହୋଇଥିଲେ । ଏହି ପଦକ୍ଷେପ ଜରିଆରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବିଦ୍ୟାଳୟ ସହ ସଂଯୋଗ କରି ପିଲାମାନଙ୍କୁ ପୂର୍ବ ଶୈଶବ ଶିକ୍ଷା ଓ ଯତ୍ନର ଏକ ସୁଗଠିତ ପରିବେଶ ଯୋଗାଇ ଦିଆଯିବ। ଏହି ଢାଞ୍ଚା ଶିକ୍ଷକ ଏବଂ ଅଙ୍ଗନୱାଡି କର୍ମୀଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସ, ପାଠ୍ୟକ୍ରମ ସମନ୍ୱୟ, ପିତାମାତାଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ଶିଶୁ-ଅନୁକୂଳ ଶିକ୍ଷଣ ସ୍ଥାନ ସୃଷ୍ଟି ଉପରେ ଧ୍ୟାନ ଦିଏ। Post navigation ଆସନ୍ତାକାଲି ୫ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ