ସ୍ଥଗିତ ହେଲା ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ । ଆସନ୍ତାକାଲି ଅର୍ଥାତ୍ ଶନିବାର ଶାହ ଓଡିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବାର ଥିଲେ ଅମିତ ଶାହ । ଓଡିଶା ଆସି ବିଭିନ୍ନ କାଯ୍ୟକ୍ରମରେ ଯୋଗ ଦେଇଥାନ୍ତେ କିନ୍ତୁ କେଉଁ କାରଣ ପାଇଁ ସ୍ଥିଗତ କରାଗଲା ସେନେଇ କୌଣସି ସୂଚନା ମିଳିପାରି ପରି ନାହିଁ । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ପାଇଁ କାର୍ଯ୍ୟକ୍ରମ ବାତିଲ କରାଯିବ ବୋଲି କୁହାଯାଇଛି ।

ଏହା ପୂର୍ବରୁ ଅମିତ ଶାହଙ୍କ ସମ୍ବଲପୁର ଗସ୍ତକୁ ସ୍ଥଗିତ ରଖାଯାଇଥିବା ବେଳେ ବର୍ତ୍ତମାନ ସମ୍ପୁର୍ଣ୍ଣ ଓଡିଶା ଗସ୍ତକୁ ସ୍ଥଗିତ ରଖାଯାଇଛି ।

Leave a Reply

Your email address will not be published. Required fields are marked *