ଚଳିତବର୍ଷ ବିଜେପି ଫୋକସ୍‌ରେ ରହିଛି ଓଡ଼ିଶା । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ବିଜେପିର କେନ୍ଦ୍ରୀୟ ନେତା ବାରମ୍ବାର ଓଡ଼ିଶା ଆସି ବିଜେପି ସପକ୍ଷରେ ଜାରି ରଖିଛନ୍ତି ଧୂଆଁଧାର ପ୍ରଚାର । ଆଜି ସମ୍ବଲପୁରରେ ପ୍ରଚାର ପରେ ନୟାଗଡ଼ରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଏଥର ଓଡ଼ିଶାରେ ଭାଜପା ସରକାର ହେବାକୁ ଯାଉଛି। ସାରା ଦେଶ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଉଛି।
ସବୁବର୍ଷ ବୁଥ୍ ରିଗିଙ୍ଗ୍ କରି ବିଜେଡି ଜିତିଯାଉଥିବା ଅଭିଯୋଗ ଆଣିଲେ ଅମିତ ଶାହା । କହିଲେ, ଏଥର ସେସବୁକୁ କରିପାରିବେନି କାରଣ ନିର୍ବାଚନ ଆୟୋଗ କଡ଼ା ବ୍ୟବସ୍ଥା କରିଛନ୍ତି, ଯଦି ଏମିତି କିଛି କରିବେ ତାହାହେଲେ ବହୁତ ଅସୁବିଧାରେ ବିଜେଡି ପଡ଼ିବ ବୋଲି ଶାହା ଚେତାବନୀ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ସହ ଶାହା ପାଣ୍ଡିଆନଙ୍କ ନାଁ ନ ନେଇ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ନବୀନ ବାବୁ ତାମିଲ ବାବୁଙ୍କୁ ଓଡ଼ିଶାର ରାଜ୍ୟ ବନେଇଛନ୍ତି। ଆପଣମାନେ ବିଜେଡି ସରକାରକୁ ଓପାଡ଼ି ଫିଙ୍ଗନ୍ତୁ, ଭାଜପା ଓଡ଼ିଆ ମୁଖ୍ୟମନ୍ତ୍ରୀ ଦେବ। ଭାଜପାକୁ ସୁଯୋଗ ଦିଅନ୍ତୁ, ଭ୍ରଷ୍ଟାଚାରୀଙ୍କୁ ଜେଲରେ ପୂରାଇବୁ। ୭୫ ବିଧାନସଭା ସିଟ ଜିତାନ୍ତୁ, ଆମ ସରକାର ବନାନ୍ତୁ ।

 

By SonaliP

Leave a Reply

Your email address will not be published. Required fields are marked *