ଆଜି ଦିନ ୩ଟା ପରେ ଆମ ବସ୍‌ ସେବା ବନ୍ଦ । ଆଜି ପବିତ୍ର ଦୀପାବଳି। ଏହାକୁ ଦୃଷ୍ଟିରେ ରଖି CRUT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି।ପୁଣି ଆସନ୍ତାକାଲିରୁ ସ୍ବାଭାବିକ ଭାବେ ଚାଲିବ ‘ଆମ ବସ୍‌’ । ଏ ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ସେ ନିଜର ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛି।

ଦୀପାବଳି ଥିବାରୁ ବାଣ ପାଇଁ ଯାତ୍ରୀ ପରିବହନ ସେବାରେ ବାଧା ଉପୁଜିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ଆମ ବସ୍‌ ପକ୍ଷରୁ ଗାଡି ଚଳାଚଳ ବନ୍ଦ ରହିବ । ସେହିପରି ଆମ ବସ୍‌ ସହାୟତା କେନ୍ଦ୍ର ମଧ୍ୟ ବନ୍ଦ ରହିବ । ତେବେ ୨୧ ତାରିଖ ସକାଳୁ ବସ୍‌ ଚଳାଚଳ ସ୍ୱାଭାବିକ ରହିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।। ପୁନର୍ବାର ପୁଣି ଯେଉଁ ସମୟରେ ଯାତ୍ରୀ ଯାଉଥିଲେ ସେହି ସମୟରେ ସେମାନେ ପୁଣି ଯାତ୍ରା କରିବେ।

Leave a Reply

Your email address will not be published. Required fields are marked *