ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଜଳିଗଲା ଆମ ବସ୍। ଆଜି ବସଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କଳିଙ୍ଗ ଷ୍ଟୁଡିଓ ଛକରେ ହଠାତ୍ ବସରୁ ଧୂଆଁ ବାହାରିବାରୁ ଲାଗିଲା। ଏହାଦେଖି ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ । କିଛି ସମୟ ମଧ୍ୟରେ ଆମ ବସ୍ ପୋଡ଼ି ପାଉଁଶ ହୋଇଯାଇଛି । ଏଥିରେ କୌଣସି ଯାତ୍ରୀ ମୃତାହତ ହୋଇନଥିବାର ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହି ଘଟଣା ପୁଣିଥରେ ରାଜଧାନୀରେ ସାଧାରଣ ପରିବହନ ବସ୍ଗୁଡ଼ିକର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଉପରେ ଚିନ୍ତା ସୃଷ୍ଟି କରିଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଜାଣିବା ଏବଂ ସୁରକ୍ଷା ମାନଦଣ୍ଡ ପାଳନ କରାଯାଉଥିଲା କି ନାହିଁ ତାହା ଯାଞ୍ଚ କରିବା ପାଇଁ କର୍ତ୍ତୃପକ୍ଷ ଏକ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଯୋଗ୍ୟ; ଆଜି ସକାଳୁ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା ଆମ ବସ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ହଠାତ୍ ଆମ ବସ୍ରେ ନିଆଁ ଲାଗିଗଲା । ଯାହାଫଳରେ ଗାଡ଼ି ଡ୍ରାଇଭର ଜଣଙ୍କ ରାସ୍ତାକଡ଼କୁ ଛିଡ଼ା କରିଦେଇଥିଲେ । ଏହାପରେ ଗାଡ଼ିରେ ଥିବା ଯାତ୍ରୀଙ୍କୁ ତଳକୁ ଓହ୍ଲାଇ ଦେଇଥିଲେ । ହେଲେ ପୁରା ନିଆଁର ପ୍ରକୋପ ଆସିଯାଇଥିଲା ଆମ ବସ୍ । ଦେଖୁ ଦେଖୁ ବସ୍ଟି ହୁତୁ ହୁତୁ ହୋଇ ଜଳିଥିଲା । ଏହାପରେ ତୁରନ୍ତ ନିକଟସ୍ଥ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରିଥିଲା । Post navigation No PUC, No Fuel Rule: ପ୍ରଦୂଷଣ ନାମରେ ସରକାର ଗୁଣ୍ଡାଗିରି କରିବା ବନ୍ଦ କରନ୍ତୁ: ଭକ୍ତ ଦାସ New Regional Party In Odisha: ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ହେବ ଗଠନ: ମୋକିମ୍