‘ଆମ ବସ୍’ ଡ୍ରାଇଭର ଶନିବାର ଦିନ ଠାରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି । ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା । ୪୨ ଦିନ ହେବ ଦରମା ମିଳି ନଥିବାରୁ ଡ୍ରାଇଭରଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି । ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ୪୩ଟି ବସ୍ ଅଟକିଛି । ଓଭର ଡ୍ୟୁଟି ଚାପ, ESI ସମସ୍ୟା, ସାପ୍ତାହିକ ଛୁଟି ମିଳୁନଥିବା ଅଭିଯୋଗ କରିଛନ୍ତି ଆମ ବସ୍ କର୍ମଚାରୀ । ଫଳରେ ସାଧାରଣ ଖାଉଟିଠୁ ଯାତ୍ରୀଙ୍କ ଯାଏଁ ସଭିଏଁ ହଇରାଣ ହେଉଛନ୍ତି । Post navigation ପିଏମ୍ କିଷାନ KYC ଅପଡେଟ୍ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର