ଆଜି ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷାରେ ସାମ୍ନାକୁ ଆସିଲା ତ୍ରୁଟି । ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (OSSC) ପରୀକ୍ଷାରେ ବଡ଼ ତ୍ରୁଟି ସହ OPSC ପରିଚାଳିତ ପରୀକ୍ଷାରେ ବି ତ୍ରୁଟି ଦେଖିବାକୁ ମିଳିଛି । ଆଜି ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷା ଥିବା ବେଳେ OSSC ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଥିଲା। ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷାଥିବା ବେଳେ ପରୀକ୍ଷାରେ ସିଜିଏଲ୍‌ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ ହୋଇଥିଲା ।

ଅନ୍ୟପଟେ ତ୍ରୁଟି ସ୍ବୀକାର କଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ କର୍ତ୍ତୃପକ୍ଷ । ଆୟୋଗ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ । ଏହା ସହ ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଛନ୍ତି। ମେ ୪ ତାରିଖ ଭିତରେ ପରାମର୍ଶ ଲୋଡ଼ି ନୋଟିସ୍‌ କରିଛନ୍ତି ।

ସେହିପରି ନୋଟିସ୍‌ ଜରିଆରେ ତ୍ରୁଟି ସ୍ବୀକାର କରିଛନ୍ତି OPSC କର୍ତ୍ତୃପକ୍ଷ । ଆଜି OCS ମେନ୍‌-୨୦୨୩ର ଆନ୍‌ଥ୍ରୋପୋଲୋଜିର ୨ଟି ପେପର ରହିଥିଲା । ପୂର୍ବାହ୍ନ ୯ରୁ ୧୨ଟା ଆନ୍‌ଥ୍ରୋପୋଲୋଜି ପ୍ରଥମ ପେପର ପରୀକ୍ଷା ଥିବା ବେଳେ ଅପରାହ୍ନ ୨ଟାରୁ ୫ଟା ଆନ୍‌ଥ୍ରୋପୋଲୋଜି ଦ୍ବିତୀୟ ପେପର୍‌ ପରୀକ୍ଷା ଥିଲା । ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଛି । ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ସୂଚନା । ଏହାପରେ ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ହୋଇଥିବା ଦେଖା ଯାଇଛି ।

Leave a Reply

Your email address will not be published. Required fields are marked *