ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷାରେ ତ୍ରୁଟି । ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପ୍ରଶ୍ନରେ ତ୍ରୁଟି । ୧୦୦ ମାର୍କ ପ୍ରଶ୍ନ ବଦଳରେ ରହିଛି ୯୪ ମାର୍କର ପ୍ରଶ୍ନ । ପୂର୍ଣ୍ଣ ସଂଖ୍ୟା ଠାରୁ ୬ ନଂ କମ୍ ଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ । ସୂଚନା ଯୋଗ୍ୟ; ବର୍ତ୍ତମାନ ଓପିଏସସି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପାଇଁ ପରୀକ୍ଷା ଚାଲିଛି । ବିଭିନ୍ନ ସିଫ୍ଟରେ ଭାଷା ଏବଂ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ ଏଥିରେ ପରୀକ୍ଷା ଦେଉଛନ୍ତି । ଏହାର ଆଜି ଶେଷ ସିଫ୍ଟରେ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ସିଫ୍ଟ ରହିଥିବା ବେଳେ ପ୍ରଶ୍ନ ପତ୍ରରେ ତ୍ରୁଟି ଥିବା ଲକ୍ଷ୍ୟ କରିଥିଲେ ପରୀକ୍ଷାର୍ଥୀ । ୧୦୦ ମାର୍କ ପ୍ରଶ୍ନ ବଦଳରେ ୯୪ ମାର୍କର ପ୍ରଶ୍ନ ରହିଥିବା ନେଇ ଅଭିଯୋଗ ଆସିଥିଲା । Post navigation ନାଗପୁର ଆରଏସଏସ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି ଓଓଏର ସଭାପତି ଭାବେ ଦାୟିତ୍ବ ନେଲେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି