ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପ ନାୟକଙ୍କ ବିରୋଧରେ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ନେଇ ଗୁରୁତର ଅଭିଯୋଗ ହେବା ପରେ ରାଷ୍ଟ୍ରପତି ଭବନ ହସ୍ତକ୍ଷେପ କରିଛି । ଗୋଆ ସହର ପାଖ ଭେରେନା ପଞ୍ଚାୟତରେ ବେଆଇନ ଭାବେ ପାଞ୍ଚ ମହଲା ଘର ନିର୍ମାଣ କରିବା ନେଇ ରାଷ୍ଟ୍ରପତି ଭବନରୁ ଓଡ଼ିଶା ସରକାରଙ୍କୁ ଚିଠି ଆସିଛି । ସୂଚନା ଅନୁସାରେ, ଏହି କୋଠାରେ ବିଧାୟକ ୪୦୦ ଶ୍ରମିକଙ୍କୁ ରଖି ବିଭିନ୍ନ କମ୍ପାନୀରେ କାର୍ଯ୍ୟ କରାଇ କମିଶନ ନେଉଥିବା ଅଭିଯୋଗ ହୋଇଛି । ବେଗୁନିଆପଡା ଅଞ୍ଚଳର ବିଶ୍ଵାମିତ୍ର ତ୍ରିପାଠୀ ନାମକ ଜଣେ ଆବେଦନକାରୀ ବିଧାୟକଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ପୂର୍ବରୁ ଅଭିଯୋଗ ପରେ ଏହି ବେଆଇନ୍ ଘରକୁ ଭାଙ୍ଗିବା ପାଇଁ ଗୋଆ ମାର୍ଗାଓ ଜିଲ୍ଲା ସାଲକେଟ୍ ଅତିରିକ୍ତ ଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସ୍ ଜାରି ହୋଇଥିଲା । Post navigation ପଞ୍ଚଭୂତରେ ବିଲୀନ ହେଲେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ