ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବର୍ଗର ସମସ୍ତ ପରୀକ୍ଷା ଶେଷ ହୋଇଛି । ପରୀକ୍ଷା ସରିବା ମାତ୍ରେ ଖାତା ଦେଖି ଶୀଘ୍ର ପରୀକ୍ଷା ଫଳ ପ୍ରକାଶ କରିବାକୁ ଅଣ୍ଟା ଭିଡ଼ିଛି ସିଏଚ୍ଏସ୍ଇ (CHSE) । ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ଯେ ୪୦ ରୁ ୪୫ ଦିନ ଭିତରେ ରେଜଲ୍ଟ ବାହାରିବ । ସବୁ ବର୍ଗରେ ୪ ଲକ୍ଷରୁ ଉର୍ଦ୍ଧ ପିଲା ପରୀକ୍ଷା ଦେଇଛନ୍ତି, ଯେଉଁଥିରୁ ୫ ହଜାର ଅନୁପସ୍ଥିତ ଥିବା କହିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ଏପ୍ରିଲ୍ ମାସ ଶେଷ ସୁଦ୍ଧା ଖାତା ଦେଖା ଶେଷ ହେବ । ମେ’ ମାସରେ ପରୀକ୍ଷା ଫଳ ପ୍ରକାଶ ପାଇବ । ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ରହିବ । ଖରାକୁ ଦୃଷ୍ଟିରେ ରଖି ଅଧ୍ୟାପକଙ୍କ ପାଇଁ ପାନୀୟ ଜଳଠୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା କରାଯିବ । Post navigation Jag Vasant Arrives at Kandla Port: ଗୁଜରାଟର କାଣ୍ଡଲା ବନ୍ଦରରେ ଏଲପିଜି ନେଇ ପହଞ୍ଚିଲା ‘ଜଗ୍ ବସନ୍ତ’ Blank Firing by Titilagarh MLA: ବିଧାୟକ ନବୀନ ଜୈନଙ୍କ ଫାଙ୍କା ଗୁଳିଚାଳନା ଘଟଣାରେ ପିଏସ୍ଓଙ୍କୁ ଡାକରା