ପୁରୀରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ। ଆକାଶ ଅମ୍ବାନୀ ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। ଶ୍ରୀମନ୍ଦିରରେ ଆକାଶ ଅମ୍ବାନି ଜଗା ଦର୍ଶନ କରିବା ସହ ସେବାୟତଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି। ସିଂହଦ୍ଵାର ଥାନା ପାଖରେ ଆକାଶ ଅମ୍ବାନୀ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିବା ସହ କଡା ସୁରକ୍ଷା ମଧ୍ୟରେ ସେ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ।

ଗତକାଲି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଥିବାରୁ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା ତେଣୁ ବିଳମ୍ବିତ ରାତିରେ ସଂଧ୍ୟା ଧୂପ ସମୟରେ ଆକାଶ ଅମ୍ବାନୀ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପାର୍ଶ୍ୱଦେବାଦେବୀଙ୍କ ଦର୍ଶନ କରିଥିଲେ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଆକାଶ ଅମ୍ବାନୀ ଶ୍ରୀମନ୍ଦିର ଭିତରେ ସମୟ ଅତିବାହିତ କରିଥିଲେ ।

ଅନ୍ୟପଟେ ଆକାଶ ଅମ୍ବାନୀ ଏକ ରିଲିଆନ୍ସ ଖାମ୍ ରେ ଶ୍ରୀମନ୍ଦିରକୁ କିଛି ଅର୍ଥ ଦାନ ଆକାରରେ ଦେଇଛନ୍ତି ଯାହା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମରେ ପ୍ରକାଶ କରାଯିବ ବୋଲି ତାଙ୍କ କୌଳିକପଣ୍ଡା ପ୍ରତିକ୍ରିୟା ରଖିଛନ୍ତି।

Leave a Reply

Your email address will not be published. Required fields are marked *