ଭୁବନେଶ୍ୱର: ପ୍ରେସମିଟ୍‌ରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ପ୍ରଭାରୀ । ରାଜ୍ୟରେ ବ୍ୟୁରୋକ୍ରାଟ୍ ସରକାର ଚାଲିଛି ବୋଲି କହିଲେ ପ୍ରଭାରୀ ଅଜୟ କୁମାର । ସେ କହିଛନ୍ତି, ନେତାଙ୍କ ଅଧୀନରେ ଆଇଏଏସ୍‌, ଆଇପିଏସ୍ କାମ କରିବା ଉଚିତ । କିନ୍ତୁ ଏଠାରେ ଆଇଏଏସ୍ ଓ ଆଇପିଏସ୍ ସରକାର ଚଳାଉଛନ୍ତି । ଏଠାରେ ମନ୍ତ୍ରୀ, ବିଧାୟକଙ୍କ କୌଣସି ସମ୍ମାନ ନାହିଁ । ସବୁଆଡେ ଇଡି, ସିବିଆଇ ରେଡ୍ କରୁଛି, କିନ୍ତୁ ଓଡିଶାରେ କାହିଁକି ନୁହେଁ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ଅଜୟ କୁମାର।

ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଅଜୟ କୁମାର ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ସମୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *