ପୁଣି ଗାଜାରେ ଇସ୍ରାଏଲ୍ର ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ । ଅନ୍ତର୍ଜାତୀୟ ସଂଗଠନର ଚାପ ସତ୍ତ୍ବେ ଗାଜାରେ ଇସ୍ରାଏଲ ପକ୍ଷରୁ ଘନଘନ ଆକ୍ରମଣ ଜାରି ରହିଛି। ଆଜି ସହର ସ୍ଥିତ ଏକ ବିସ୍ଥାପିତ କେନ୍ଦ୍ରକୁ ଟାର୍ଗେଟ୍ କରିଥିବା ଜଣାପଡିଛି। ଏୟାର ଷ୍ଟ୍ରାଇକ୍ରେ ୫୫ରୁ ଊର୍ଦ୍ଧ୍ବ ପାଲେଷ୍ଟାଇନ୍ ନାଗରିକ ମୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଥିବା ସୂଚନା । ଗତ ୮ ଦିନ ମଧ୍ୟରେ ଗାଜା ଉପରେ ଇସ୍ରାଏଲର ଆକ୍ରମଣରେ ୫୦୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା । ସୂଚନା ଯୋଗ୍ୟ; ପୂରା ଗାଜାକୁ କବଜା କରିବା ପାଇଁ ଇସ୍ରାଏଲ୍ ଯୋଜନା କରୁଛି । ଗାଜା ପଟ୍ଟି ଉପରେ ଘନଘନ ଆକ୍ରମଣ ପରେ ଏବେ ବଡ଼ ରଣନୀତି କରୁଛି ଇସ୍ରାଏଲ୍ । ମଙ୍ଗଳବାର ଦିନ ଖାନ ୟୁନେସରେ ହୋଇଥିବା ଏହି ଆକ୍ରମଣ ଉତ୍ତର ଗାଜା ପର୍ଯ୍ୟନ୍ତ ବ୍ୟାପିଥିଲା । ଅଲ୍-ବାଲାହ, ନୁସରତ ଜାବାଇଲା ଏବଂ ଗାଜା-ସିଟିରେ ମଧ୍ୟ ଆକ୍ରମଣ ହୋଇଥିଲା । ଆଜି ମଧ୍ୟ ଆକ୍ରମଣ ଜାରି ରହିଛି। Post navigation ସ୍ଥଗିତ ହେଲା ପଞ୍ଚାୟତ ଉପନିର୍ବାଚନ ଆକାଶ ସୀମା କଟକଣା ବଢ଼ାଇଲା ପାକିସ୍ତାନ