ଗୁଜୁରାଟର ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ବିମାନ ଦୁର୍ଘଟଣା । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟେକ୍‌ ଅଫ୍‌ କରିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ତେବେ ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିବା ସୂଚନା ରହିଛି । ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ ପ୍ଲେନ୍ କ୍ରାସ୍ କରିବା ପରେ ପରିବେଶ କଳା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ତେବେ ଏହି ଦୁର୍ଘଟଣାରେ କେତେ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନି ।

ସୂଚନା ଯୋଗ୍ୟ; ଆଜି ଅପରାହ୍ନ ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ପାଖରେ ବିମାନ ଦୁର୍ଘଟଣା ଘଟିଛି । ବିମାନଟି ଲଣ୍ଡନ ଯିବାକୁ ଟେକ୍‌ ଅଫ୍‌ କରିଥିଲା । ଦୁର୍ଘଟଣାଗ୍ରସ୍ତ ବିମାନରେ ନିଆଁ ଲାଗି ଯାଇଛି । ବଡ଼ ଧରଣର ଦୁର୍ଘଟଣା, ଆକାଶରେ କଳା ଧୂଆଁର ଆସ୍ତରଣ । ଉଦ୍ଧାର ପାଇଁ ପହଞ୍ଚିଲା ଏକାଧିକ ଆମ୍ବୁଲାନ୍ସ ଓ ଉଦ୍ଧାରକାର ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *