ଦୁର୍ବଳ ହୋଇଛି ବାତ୍ୟା ଦାନା । ସ୍ଥିତି ସୁଧାରିବାକୁ ଲାଗି ପଡିଛନ୍ତି ସରକାର। ବାତ୍ୟା ଦାନାର ପ୍ରଭାବ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଛି । ତେଣୁ ଶନିବାର ଓ ରବିବାର (୨୬-୨୭ ଅକ୍ଟୋବର)ରେ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ପ୍ରଭାବିତ ଜିଲ୍ଲାରେ ଫସଲ କ୍ଷତି ଆକଳନ ପାଇଁ ଛୁଟି ବାତିଲ ହୋଇଥିବା ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ଚିଠିରେ ଆବଶ୍ୟକ ଅନୁସାରେ ଡ୍ୟୁଟି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *