ଆଇଏନଏସ ଚିଲିକାରେ ଅଗ୍ନିବୀରମାନଙ୍କ ଚିତାକର୍ଷକ ପାସିଂ ଆଉଟ୍ ପରେଡ୍ ଦେଖିବାକୁ ମିଳିଛି। ଚିଲିକା ନାଭାଲ ବେସରୁ ଆଜି ୪ର୍ଥ ବ୍ୟାଚରେ ମୋଟ ୧୩ ଶହ ୮୯ ଜଣ ଅଗ୍ନିବୀର ଉତ୍ତୀର୍ଣ୍ଣ ହୋଇଛନ୍ତି। ଦକ୍ଷିଣ ନୌସେନା କମାଣ୍ଡ ତତ୍ତ୍ୱାବଧାନରେ ଶୁକ୍ରବାର ଆୟୋଜିତ ଆନୁଷ୍ଠାନିକ ପାସିଂ ଆଉଟ୍ ପରେଡରେ ଭାରତୀୟ ନୌସେନାର ୨୧୬ ଜଣ ମହିଳାଙ୍କ ସମେତ ମୋଟ ୧୩୮୯ ଜଣ ଅଗ୍ନିବୀର ଓଡ଼ିଶାର ଆଇଏନଏସ ଚିଲିକାରୁ ବାହାରିଥିଲେ। ନୌସେନା ମୁଖ୍ୟ ଦିନେଶ କେ ତ୍ରିପାଠୀ ପରେଡର ସମୀକ୍ଷା କରିଥିଲେ।

ଏହି ଅବସରରେ ନୌସେନା ଅଗ୍ନିବୀରଙ୍କ ସହ ୩୩୦ ତଟରକ୍ଷୀ ବାହିନୀ ମଧ୍ୟ ସାମିଲ ଥିଲେ। ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ୍ ଆଡମିରାଲ ଭି ଶ୍ରୀନିବାସ ପରେଡର ପରିଚାଳନା ଅଧିକାରୀ ଥିଲେ।

Leave a Reply

Your email address will not be published. Required fields are marked *