ଗରିବଙ୍କୁ ମାଗଣା ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ପାଇଁ ସରକାର ଇ- କେଓ୍ୱାଇସି ବ୍ୟବସ୍ଥା ଆପଣାଇଛନ୍ତି। ରାସନ କାର୍ଡ ଇ-କେଓ୍ୱାଇସି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା ଦେଇ କହିଛନ୍ତି ପାଖାପାଖି ୨ କୋଟି ୩୦ ଲକ୍ଷ ଇ-କେଓ୍ୱାଇସି ସରିଲାଣି ଆଉ ୧ କୋଟି ପାଖାପାଖି ଲୋକଙ୍କ ଇ-କେଓ୍ୱାଇସି ବାକି ଅଛି । ବାକିଥିବା ଲୋକଙ୍କ ଇ-କେଓ୍ୱାଇସି ୧୫-୨୦ ଦିନରେ ସରିଯିବ । ତାପରେ ନୂଆ କାର୍ଡ ବଣ୍ଟାଯିବ।

ଅନ୍ୟପଟେ ୨୦୨୮ ପର୍ଯ୍ୟନ୍ତ ବଢିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ରାଜ୍ୟ ସରକାରଙ୍କ ନିଜସ୍ଵ ଯୋଜନାରେ ମଧ୍ୟ ସେହି ଅନୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରାଯିବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *