ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୋଲିସ୍ ପରିଚାଳନା ଦାୟିତ୍ବ ଦେଲେ ରାଜ୍ୟସରକାର। ଏନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଶରଧାବାଲିରେ ଅଘଟଣ ପରେ ସୌମେନ୍ଦ୍ରଙ୍କୁ ମିଳିଲା ନୂଆ ଦାୟିତ୍ବ । ଚଳତବର୍ଷ ପୁରୀ ରଥଯାତ୍ରା ପାଇଁ ପୋଲିସ୍ ପରିଚାଳନା ଦାୟିତ୍ୱରେ ରହିବେ ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହି ନିଷ୍ପତ୍ତି ଶରଧାବାଲିରେ ଘଟିଥିବା ଏକ ଦଳାଚକଟା ପରେ ନିଆଯାଇଥିବା ଜଣାପଡିଛି।

୧୯୯୫ ବ୍ୟାଚ ଆଇପିଏସ୍‍ ସୌମେନ୍ଦ୍ର ପ୍ରିୟଦର୍ଶୀ ପୁରୀରେ ୨୦୧୫ ନବକଳେବର ସ୍ୱତନ୍ତ୍ର ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ ।

ସୂଚନା ଯୋଗ୍ୟ; ସୂଚନା ଅନୁସାରେ ଆଜି ଭୋରୁ ପୁରୀ ଶରଧାବାଲିରେ ଆଜି ଭୋର ୪ ବେଳେ ରଥ ସମ୍ମୁଖରେ ପ୍ରବଳ ଜନସମାଗମ ଯୋଗୁଁ ଦଳାଚକଟା ପରିସ୍ଥିତି ହୋଇଥିଲା। ଏହି ଠେଲାପେଲାରେ ତିନି ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ଏହାପରେ ରାଜ୍ୟ ସରକାର ତୁରନ୍ତ ଆକ୍ସନ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ୱାଇଁକୁ ବଦଳି କରିବା ସହ ତାଙ୍କ ସ୍ଥାନରେ ଚଞ୍ଚଳ ରଣାକୁ ନୂଆ ଦାୟିତ୍ୱ ଦେଇଛନ୍ତି। ସେହିଭଳି ପୁରୀ ଏସ୍‌ପି ବିନିତ ଅଗ୍ରଓ୍ୱାଲ୍‌ଙ୍କ ମଧ୍ୟ ବଦଳି କରାଯାଇ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।

 

Leave a Reply

Your email address will not be published. Required fields are marked *