ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଆଇଇଡି ବିସ୍ଫୋରଣ । ଆଜି ହୋଇଥିବା ଏହି ବିସ୍ଫୋରଣରେ କୋଣ୍ଟା ଅତିରିକ୍ତ ଏସପି ଆକାସ ରାଓ ଗିରପୁଞ୍ଜେ ସହିତ ହୋଇଛନ୍ତି । ଘଟଣା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ସହ ବିସ୍ଫୋରଣରେ କିଛି ଯବାନ ଏବଂ ଅଧିକାରୀ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି । ପୋଲିସ ଦଳ ପାଟ୍ରୋଲିଂରେ ବାହାରିବା ବେଳେ କୋଣ୍ଟା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି। ପୋଲିସ ଏବଂ ସୁରକ୍ଷା ବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ସୂଚନାନୁସାରେ, ଆସନ୍ତାକାଲି (ଜୁନ୍ ୧୦) ଭାରତ ବନ୍ଦ ଡାକରା ଦେଇଥିଲେ । ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ତଦରଖ କରିବାକୁ ଅତିରିକ୍ତ ଏସପି ଆକାଶ ଗିରପୁଞ୍ଜେଙ୍କ ନେତୃତ୍ୱରରେ ପାଟ୍ରୋଲିଂ କରାଯାଉଥିଲା । କିନ୍ତୁ ମାଓବାଦୀମାନେ କୋଣ୍ଟା-ଏରାବୋରା ରାସ୍ତାରେ ମାଓବାଦୀ ସୁରକ୍ଷାବାହିନୀକୁ ଟାର୍ଗେଟ୍ କରି ପ୍ରେସର୍ କୁକର୍ ଆଇଇଡି ବିଛାଇଥିଲେ । ସେହି ରାସ୍ତା ଦେଇ ସୁରକ୍ଷାବାହିନୀ ଗାଡ଼ି ଯାଉଥିବାବେଳେ ହଠାତ୍ ଆଇଇଡି ବିସ୍ଫୋରଣ ହୋଇଥିଲା । ଫଳରେ ପୋଲିସ ଏବଂ ଯବାନମାନେ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ କୋଣ୍ଟା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏଏସପି ଗିରପୁଞ୍ଜେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ଥିବାରୁ ତାଙ୍କୁ ଏୟାରଲିପ୍ଟ କରିବାରୁ ଡାକ୍ତର ପରାମର୍ଶ ଦେଇଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଏଏସପି ଗିରପୁଞ୍ଜେ ପ୍ରାଣ ହରାଇଛନ୍ତି । ଅନ୍ୟ ଅଧିକାରୀମାନେ ଗୁରୁତର ଅଛନ୍ତି । Post navigation ମୁମ୍ବାଇରେ ଅଘଟଣ: ଚଳନ୍ତା ଟ୍ରେନରୁ ପଡ଼ି ପାଞ୍ଚ ମୃତ, ଅନେକ ଆହତ କେନ୍ଦ୍ରାପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ