ଫୁଲବାଣୀ ଡାଙ୍ଗଣାମୁ ଘାଟିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣାରେ କାର୍ଯ୍ୟରେ ଅବହେଳା ନେଇ ୫ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗୋଚ୍ଛାପଡ଼ା ଥାନା ଏଏସଆଇ, ହାବିଲଦାର ଓ ୩ ହୋମଗାର୍ଡଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୩ ହୋମଗାର୍ଡ ହେଲେ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର, ରତ୍ନାକର ନାୟକ। କାର୍ଯ୍ୟାନୁଷ୍ଠାନ ନେଇ କନ୍ଧମାଳ ଅତିରିକ୍ତ ଏସପି ଳଭଦ୍ର ଦୀପ ସୂଚନା ଦେଇଛନ୍ତି। ଏଏସଆଇ ଓ ହାବିଲଦାରଙ୍କୁ ନିଲମ୍ବନ କରାଯିବା ସହ ୩ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ଏଏସଆଇ ଅଜିତ ବେହେରା ଓ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। କନ୍ଧମାଳ ଏସପି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ ୨୬ରେ ଗଂଜେଇ ଚାଲାଣ ଅଭିଯୋଗରେ ଚଢ଼ଉ କରି ଜଣେ ବ୍ୟକ୍ତିଙ୍କୁ ଧରିଥିଲେ। ୨୮ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତଦେହ ଘାଟି ତଳୁ ଉଦ୍ଧାର କରିଥିଲେ ପରିବାର। ପୋଲିସ ହତ୍ୟା କରିଥିବା ଅଭିଯୋଗ ଆଣି ପରିବାର ଲୋକେ ହୋହଲ୍ଲା କରିଥିଲେ। Post navigation ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ